କନକ ବ୍ୟୁରୋ: ପ୍ରକାଶ ପାଇଲା ଆଇଏସସି, ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଆଇଏସସିରେ ୯୯. ୦୯ ପ୍ରତିଶତ ପାସ୍ । ଆଇସିଏସଇ ୯୯ . ୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୁଣି ଥରେ ପୁଅଙ୍କୁ ପଛରେ ପକାଇ ଆଗରେ ଝିଅ । ଆଇସିଏସଇରେ ଛାତ୍ରୀଙ୍କ ପାସ ହାର ୯୯ ଦଶମିକ ୩୭ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୯୮. ୮୪ ପ୍ରତିଶତ ରହିଛି । ଆଇଏସସିରେ ଝିଅଙ୍କ ପାସ ହାର ୯୯.୪୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୯୮ . ୬୪ ପ୍ରତିଶତ ରହିଛି । ଆଇସିଏସଇରେ ଛାତ୍ରଛାତ୍ରୀମାନେ ୬୭ ବିଷୟରେ ଲିଖିତ ପରୀକ୍ଷା ଦେଇଥିବା ବେଳେ ଆଇଏସସିରେ ପିଲାମାନେ ୪୭ ବିଷୟରେ ଲିଖିତ ପରୀକ୍ଷା ଦେଇଛନ୍ତି । ମୋଟ ଉପରେ ଅଢେଇ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)