କନକ ବ୍ୟୁରୋ: ଆଉ ନାହାଁନ୍ତି ଦେଶର ରତ୍ନ ରତନ ଟାଟା , ଯାହାଙ୍କ ପାଇଁ କର୍ମ ହିଁ ଥିଲା ପୂଜା, ଈଶ୍ୱର ଉପାସନା । ନିଜ କର୍ମକୁ ସମ୍ମାନ ଦେଲେ, କାମ ଭଲ ହେବ ବୋଲି କହୁଥିଲେ ରତନ । ତାଙ୍କର ସବୁଠାରୁ ବଡ ଗୁଣ ଥିଲା ତାଙ୍କର ଶାନ୍ତ ଓ କୋମଳ ସ୍ୱଭାବ । କମ୍ପାନୀର ଛୋଟରୁ ଛୋଟ କର୍ମଚାରୀଙ୍କୁ ମଧ୍ୟ ସେ ନିଜ ପରିବାର ଭଳି ବ୍ୟବହାର କରୁଥିଲେ ।
ସେମାନଙ୍କ ଯତ୍ନ ନେବାରେ ସେ କୌଣସି ଅବହେଳା କରୁନଥିଲେ । କମ୍ପାନୀର ସବୁଠାରୁ ଛୋଟ କର୍ମଚାରୀଙ୍କୁ ସ୍ନେହର ସହ ସାକ୍ଷାତ କରୁଥିଲେ । ସେମାନଙ୍କର ଆବଶ୍ୟକତାକୁ ବୁଝୁଥିଲେ ଏବଂ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରୁଥିଲେ ।
ରତନ ଟାଟା କହୁଥିଲେ, ଯଦି ଆପଣ କୌଣସି କାମରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଆପଣ ଏକୁଟିଆ ଆରମ୍ଭ କରିପାରିବେ । କିନ୍ତୁ ଏହାକୁ ଅଧିକ ଶିଖରରେ ପହଞ୍ଚାଇବା ପାଇଁ ଲୋକଙ୍କ ସମର୍ଥନର ଆବଶ୍ୟକତା ରହିଛି । ଏକାଠି ମିଳିମିଶି କାମ କଲେ ଅଧିକ ଦୂର ବାଟ ଯାଇପାରିବ । ରତନ ଟାଟା ପଶୁମାନଙ୍କୁ, ବିଶେଷ କରି ବୁଲା କୁକୁରଙ୍କୁ ବହୁତ ଭଲ ପାଉଥିଲେ । ଏଥିପାଇଁ ସେ ଅନେକ ଏନଜିଓ ଏବଂ ପଶୁ ଆଶ୍ରୟସ୍ଥଳୀକୁ ମଧ୍ୟ ଅର୍ଥ ଦାନ କରିଛନ୍ତି । ରତନ ଟାଟା ମଧ୍ୟ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବାରେ ଆଗରେ ଥିଲେ । ତାଙ୍କ ଟ୍ରଷ୍ଟ ଏଭଳି ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ଦେଇଥାଏ ।
ଏମାନଙ୍କୁ ଜେ. ଏନ୍. ଟାଟା ଏଣ୍ଡୋମେଣ୍ଟ, ସାର୍ ରତନ ଟାଟା ସ୍କଲାରସିପ୍ ଏବଂ ଟାଟା ସ୍କଲାରସିପ୍ ମାଧ୍ୟମରେ ସହାୟତା ପ୍ରଦାନ କରାଯାଉଛି