କନକବ୍ୟୁରୋ : ନଦୀ କୂଳିଆବାସୀଙ୍କୁ କ୍ୟାନସର ଭୟ । ନଦୀ, ନାଳ ପାଖରେ ରହୁଥିବା ଲୋକଙ୍କୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ । ଏନେଇ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଆଇସିଏମ୍ଆର ପକ୍ଷରୁ ଏକ ସାଂଘାତିକ ରିପୋର୍ଟ ପ୍ରକାଶ ପାଇଛି । ଆଇସିଏମ୍ଆର ରିପୋର୍ଟକୁ ରାଜ୍ୟସଭାରେ ଉପସ୍ଥାପନ କରି ଚିନ୍ତା ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ । ରିସର୍ଚ୍ଚରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ନଦୀ, ନାଳ ପାଣିରେ ଅନେକ ଲିଡ୍, ଆଇରନ୍ ଏବଂ ଆଲୁମିନିୟମ୍ର ମାତ୍ରାଧିକ କଣିକା ଥିବା ଜଣାପଡିଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଧାର୍ଯ୍ୟ ସୀମା ଠାରୁ ଅଧିକ ମାତ୍ରାରେ ଧାତବ କଣିକା ପାଣିରେ ମିଳିଛି । ଯାହା ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ ଏବଂ କର୍କଟ ରୋଗର କାରକ ବୋଲି ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । କଳକାରଖାନାର ଆବର୍ଜନା, ପ୍ଲାଷ୍ଟିକ୍ ଆବର୍ଜନା ଆଦି ନଦୀ, ନାଳ ପାଣିକୁ ଦୂଷିତ କରୁଛି । ଏବେ ଭାରତର ଅଧିକାଂଶ ନଦୀ, ନାଳରେ ପ୍ରଦୂଷଣ ପାଣି ମିଳୁଛି । ଯାହା ଚିନ୍ତା ଜନକ ବୋଲି ଆଇସିଏମଆର ରିପୋର୍ଟରେ କୁହାଯାଇଛି ।
ନଦୀକୂଳିଆ ଲୋକଙ୍କୁ କ୍ୟାନସର୍ ଭୟ
- ICMRର ସାଂଘାତିକ ରିପୋର୍ଟ
- ନଦୀ, ନାଳ ପାଣିରୁ କର୍କଟ ସମ୍ଭାବନା ଅଧିକ
- ନଦୀ, ନାଳ ପାଣିରେ ଧାତବ କଣିକା ମାତ୍ରା ଅଧିକ
- ନଦୀ, ନାଳ ପାଣିରେ ଲିଡ୍, ଆଇରନ୍ ଓ ଆଲୁମିନିୟମ୍ର ମାତ୍ରା ଅଧିକ
- କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଧାର୍ଯ୍ୟ ସୀମା ଠାରୁ ଅଧିକ ଧାତବ କଣିକା