କନକ ବ୍ୟୁରୋ : ସାରା ବିଶ୍ୱରେ କର୍କଟ ରୋଗ ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି । ଜଣେ ଭାରତୀୟଙ୍କ ଜୀବନକାଳରେ କର୍କଟ ରୋଗର ବିପଦ ମଧ୍ୟ ୧୧ ପ୍ରତିଶତକୁ ବୃଦ୍ଧି ପାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ନିଜର ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛି । କୁହାଯାଉଛି ଯେ ମିଜୋରାମରେ କର୍କଟ ରୋଗର ବିପଦ ଦୁଇ ଗୁଣ ବୃଦ୍ଧି ପାଇଛି । ଯେଉଁଥିରେ ୨୧.୧ ପୁରୁଷଙ୍କ ପାଇଁ ଏବଂ ୭୮.୯ ପ୍ରତିଶତ ମହିଳାଙ୍କ ପାଇଁ । ଦିଲ୍ଲୀରେ ପୁରୁଷମାନଙ୍କ ମଧ୍ୟରେ ସର୍ବାଧିକ କର୍କଟ ରୋଗ ହାର ରହିଛି । ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ ଶ୍ରୀନଗରରେ ସର୍ବାଧିକ ରୋଗୀ ରହିଛନ୍ତି । ଫୁସଫୁସ କର୍କଟ ରୋଗ ଏଗୁଡିକ ମଧ୍ୟରେ ସର୍ବାଧିକ ।

Advertisment

-ଆଇସିଏମଆର୍ ରିପୋର୍ଟରେ ଚିନ୍ତାଜନକ ତଥ୍ୟ
-କର୍କଟରେ ଦିଲ୍ଲୀ ଓ ଫୁସଫୁସ୍ କର୍କଟରେ ଆଗରେ ଶ୍ରୀନଗର
-ମିଜୋରାମରେ ସର୍ବାଧିକ କର୍କଟ ମାମଲା ରେକର୍ଡ
-ପ୍ରତି ୧ ଲକ୍ଷ ରୋଗୀଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୨୫୬ 
-ପୁରୁଷଙ୍କୁ ବିପଦ ମୁଖ, ଫୁସଫୁସ ଏବଂ ରକ୍ତ କର୍କଟ 
-ମହିଳାଙ୍କ କ୍ଷେତ୍ରରେ ଚିନ୍ତା ବଢାଉଛି ସ୍ତନ, ଗର୍ଭାଶୟ ଏବଂ ଡିମ୍ବାଶୟ କର୍କଟ
-ଅହମଦାବାଦରେ ପୁରୁଷମାନଙ୍କ ମଧ୍ୟରେ ମୁଖ କର୍କଟ ୪.୭ ପ୍ରତିଶତ 
-ମହିଳାଙ୍କ କ୍ଷେତ୍ରରେ ୬.୭ ପ୍ରତିଶତ ବୃଦ୍ଧି ପାଇଛି
-ବର୍ଷ ୨୦୨୪ରେ ଦେଶରେ ଚିହ୍ନଟ ହୋଇଛି ୧୦ ଲକ୍ଷ କର୍କଟ ମାମଲା
- ଜୀବନ ହାରିଛନ୍ତି ୮ ଲକ୍ଷ ୭୪ ହଜାର, ୪୦୪ଜଣ ରୋଗୀ