ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଟ୍ସ ଅଫ୍ ଇଣ୍ଡିଆ (ଆଇସିଏମ୍ଏଆଇ)- ଭୁବନେଶ୍ବର ଚାପ୍ଟର ଏବଂ ଟିକସ ଗବେଷଣା ବିଭାଗ , ଆଇସିଏମ୍ଏଆଇ – କୋଲକାତାର ମିଳିତ ସହଯୋଗରେ ‘‘ଟିକସ ପରିଚାଳନା ଏବଂ ବିବାଦକୁ ଏଡାଇବା’’ ବିଷୟ ସମ୍ପର୍କୀତ ଦୁଇ ଦିନିଆ ସମ୍ମିଳନୀ (ଟ୍ୟାକ୍ସ କନକ୍ଲେଭ୍) ଚଳିତ ମାସ ୮ ଓ ୯ ତାରିଖରେ ଆଇସିଏମ୍ଏଆଇ – ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହେଉଅଛି ।
ଏହି ସମ୍ମିଳନୀ କଷ୍ଟ ଆଣ୍ଡ୍ ମ୍ୟାନେଜମେଣ୍ଟ ଆକାଉଟାଣ୍ଟ୍ ଓ ଅଂଶୀଦାରମାନଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ କରିବା ସହ ବର୍ତ୍ତମାନର ବ୍ୟବସାୟିକ ପରିପ୍ରେକ୍ଷୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଉପରେ ବିଶେଷ ଧ୍ୟାନ ପ୍ରଦାନ କରିବ । ଏଥିରେ ଦୁଇଟି ଉଦଘାଟନୀ ଅଧିବେସନ ଓ ୪ ଟି ବୈଷୟିକ ଅଧିବେସନ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ଅବସରରେ ଟ୍ୟାକ୍ସ କ୍ଷେତ୍ରରେ ନୂତନ ସଂଶୋଧନ ଓ ଗୁରୁତ୍ବପୂର୍ଣ୍ଣ ଆଇନ୍ ସମ୍ପର୍କରେ ଗୁରୁତ୍ବାରୋପ କରାଯିବ । ଏଥିରେ ଟ୍ୟାକ୍ସ ଏକ୍ସପର୍ଟ , କର୍ପୋରେଟ୍ ନେତା ଓ ସରକାରୀ ଅଧିକାରୀମାନଙ୍କ ସମେତ ଜାତୀୟ ସ୍ତରରେ ପ୍ରସିଦ୍ଧ ପ୍ୟାନେଲିଷ୍ଟମାନେ ମଧ୍ୟ ଯୋଗ ଦେବେ ଯେଉଁମାନେ ଟିକସ ପରିଚାଳନା ଓ ବିବାଦ ସମାଧାନ ପ୍ରଣାଳୀର ସର୍ବୋତ୍ତମ ମାଧ୍ୟମ ଉପରେ ଆଲୋଚନା କରିବେ ।
ଏହି ସମ୍ମିଳନୀର ଗୁରୁତ୍ବ ଉପରେ ଆଲୋକପାତ କରିବା ପାଇଁ ଭୁବନେଶ୍ବରର ସିଏମଏ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ସିଏମଏ ରମେଶ ଚନ୍ଦ୍ର ପାତ୍ର , ଚେୟାରମ୍ୟାନ୍ , ଆଇସିଏମ୍ଏଆଇ , ଭୁବନେଶ୍ବର ଚାପ୍ଟର , ସିଏମଏ ଦାମୋଦର ମିଶ୍ର , ସେକ୍ରେଟାରୀ , ଆଇସିଏମ୍ଏଆଇ- ଇଆଇଆରସି, କୋଲକାତା ,ସିଏମଏ ବରଦା ପ୍ରସନ୍ନ ନାୟକ , ସେକ୍ରେଟାରୀ ଆଇସିଏମ୍ଏଆଇ- ଭୁବନେଶ୍ବର ଚାପ୍ଟର , ସିଏମଏ ସୌମ୍ୟରଞ୍ଜନ ଜେନା , ଚେୟାରମ୍ୟାନ୍ , ପିଡି କମିଟି , ସିଏମଏ ଅବିନାଶ କୋଟନି , କୋଷାଧ୍ୟକ୍ଷ ଏବଂ ଚେୟାରମ୍ୟାନ୍ , ସିସି ଆଣ୍ଡ୍ ଏସଏଫ୍ କମିଟି , ଶୁଭାଶିଷ ସାହୁ , ସଦସ୍ୟ , ମ୍ୟାନେଜିଂ କମିଟି ପ୍ରମୁଖ ଯୋଗ ଦେଇଥିଲେ ।
ସାରା ଦେଶରୁ ବିଭିନ୍ନ କର୍ପୋରେଟ୍ ଲିଡର୍ , ଶିଳ୍ପ ସଂଘ ,ସରକାରୀ ବିଭାଗ , ସିଏମଏ ବୃତ୍ତିଗତ ଏବଂ ଅନ୍ୟାନ୍ୟ ବୃତ୍ତିଗତ ସଂସ୍ଥାର ୪୦୦ ରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆଶା କରାଯାଉଛି ।