ବାଂଲାଦେଶ ସଂପର୍କରେ ଆଜି ଆସିବ ଆଇସିସିର ନିଷ୍ପତ୍ତି

Advertisment

ବାଂଲାଦେଶ ନିଜ ଜିଦରେ ଅଟଳ ରହିଥିଲା ଓ ଆଇସିସିକୁ କୌଣସି ଔପଚାରିକ ଜବାବ ପଠାଇବା ବଦଳରେ ଆଇସିସିର ବିବାଦ ସମାଧାନ କମିଟି ନିକଟରେ ଏକ ଅପିଲ୍ ଦାଖଲ କରିଥିଲା । ପୁଣି ଖେଳାଳିମାନଙ୍କ ସହିତ ଏକ ବୈଠକ କରିବା ପରେ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ୍ ନଜରୁଲ ଆଇସିସି ଉପରେ ପକ୍ଷପାତିତାର ଆରୋପ ଲଗାଇଥିଲେ ।

ବାଂଲାଦେଶ ନିଜ ଜିଦରେ ଅଟଳ ରହିଥିଲା ଓ ଆଇସିସିକୁ କୌଣସି ଔପଚାରିକ ଜବାବ ପଠାଇବା ବଦଳରେ ଆଇସିସିର ବିବାଦ ସମାଧାନ କମିଟି ନିକଟରେ ଏକ ଅପିଲ୍ ଦାଖଲ କରିଥିଲା । ପୁଣି ଖେଳାଳିମାନଙ୍କ ସହିତ ଏକ ବୈଠକ କରିବା ପରେ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ୍ ନଜରୁଲ ଆଇସିସି ଉପରେ ପକ୍ଷପାତିତାର ଆରୋପ ଲଗାଇଥିଲେ ।

BCB ICC

କନକ ବ୍ୟୁରୋ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶର ଅଂଶଗ୍ରହଣ ନେଇ ଆଜି ସ୍ଥିତି ସ୍ପଷ୍ଟ ହେବ । ବାଂଲାଦେଶ ପକ୍ଷରୁ କୌଣସି ଔପଚାରିକ ଜବାବ ନମିଳିବା ପରେ ଆଜି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିଜର ନିଷ୍ପତ୍ତି ଶୁଣାଇବାର ସମ୍ଭାବନା ରହିଛି । 

ଗତ ୨୧ ତାରିଖରେ ହୋଇଥିବା ଆଇସିସି ବୈଠକରେ ବାଂଲାଦେଶକୁ ଅଂଶଗ୍ରହଣ ସଂପର୍କରେ ନିଷ୍ପତ୍ତି ନେବାକୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା ।  ବୈଠକରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ସ୍ପଷ୍ଟ କରାଯାଇଥିଲା ଯେ ବିଶ୍ବକପକୁ ଆଉ ଅଳ୍ପ ସମୟ ଥିବାରୁ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ । ଏହା ସତ୍ତ୍ବେ ବାଂଲାଦେଶ ନିଜ ଜିଦରେ ଅଟଳ ରହିଥିଲା ଓ ଆଇସିସିକୁ କୌଣସି ଔପଚାରିକ ଜବାବ ପଠାଇବା ବଦଳରେ ଆଇସିସିର ବିବାଦ ସମାଧାନ କମିଟି ନିକଟରେ ଏକ ଅପିଲ୍ ଦାଖଲ କରିଥିଲା । ପୁଣି ଖେଳାଳିମାନଙ୍କ ସହିତ ଏକ ବୈଠକ କରିବା ପରେ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ୍ ନଜରୁଲ ଆଇସିସି ଉପରେ ପକ୍ଷପାତିତାର ଆରୋପ ଲଗାଇଥିଲେ । ବିିସିସିଆଇ ଚାପ ଆଗରେ ନଇଁ ଆଇସିସି କାମ କରୁଛି ବୋଲି ସେ ଅଭିଯୋଗ କରିଥିଲେ । 

ଏହା ବି ପଢ଼ନ୍ତୁ: ୪୬୮ ଦିନ ପରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ

ଆଇସିସି ଯଦି ବାଂଲାଦେଶକୁ ବିଶ୍ବକପରୁ ବାଦ ଦିଏ ତେବେ ଆଇସିସି ମାନ୍ୟତା ଅନୁସାରେ ସ୍କଟଲାଣ୍ଡକୁ ଖେଳିବା ସୁଯୋଗ ମିଳିପାରେ । ବିଶ୍ବକପରୁ ବାଦ ପଡ଼ିଲେ ବାଂଲାଦେଶ କ୍ରିକେଟ ଉପରେ ତାହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । କାରଣ ଏହା ପରେ ଆଇସିସି ବାଂଲାଦେଶ ଉପରେ ଜରିମାନା ବସାଇବାର ଆଶଙ୍କା ରହିଛି । ପୁଣି ବାଂଲାଦେଶ ବିଶ୍ବକପ ଅଂଶଗ୍ରହଣ ପାଉଣା ବାବଦରେ ପାଇବାକୁ ଥିବା ୩ ଲକ୍ଷ ଡଲାର ଆଉ ମିଳିବ ନାହିଁ । ଆହୁରି ମଧ୍ୟ ଯଦି ଆଇସିସିର ହୃଦବୋଧ ହୁଏ ଯେ ରାଜନୈତିକ କାରଣରୁ ବାଂଲାଦେଶ ସରକାରଙ୍କ ଚାପରେ ଏପରି ନିଷ୍ପତ୍ତି ନିଆଯାଇଛି, ତେବେ ବାଂଲାଦେଶ ଉପରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଯାହା ମଧ୍ୟରେ ରହିଛି ସଦସ୍ୟତା ନିଲମ୍ବନ, ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନରୁ ବାଦ ଇତ୍ୟାଦି । ଆସନ୍ତା ୨୦୩୧ ଦିନିକିଆ ବିଶ୍ବକପ୍ ଆୟୋଜନ ଦାୟିତ୍ବ ଭାରତ ଓ ବାଂଲାଦେଶକୁ ମିଳିତଭାବେ ମିଳିବାର ସମ୍ଭାବନା ରହିଛି । କିନ୍ତୁ ଏହି ସୁଯୋଗ ବି ବାଂଲାଦେଶ ହରାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe