ଋଷଭ ପନ୍ତ ଆହତ ପରେ ନିୟମରେ ପରିବର୍ତ୍ତନ କରିପାରେ ଆଇସିସି, ବିକଳ୍ପ ଖେଳାଳି କରିବେ ବ୍ୟାଟିଂ ବୋଲିଂ!

ବର୍ତ୍ତମାନର ଆଇସିସି ନିୟମ ଅନୁଯାୟୀ, କେବଳ କନକସନ୍ (ମୁଣ୍ଡରେ ଆଘାତ) ହେଲେ ହିଁ ଜଣେ ଖେଳାଳିଙ୍କ ବଦଳରେ ଅନ୍ୟ ଜଣେ 'ଲାଇକ୍-ଫର୍-ଲାଇକ୍' ଖେଳାଳି ଖେଳିପାରିବେ । ଅନ୍ୟ କୌଣସି ପ୍ରକାରର ଆଘାତ ପାଇଁ ଏହି ସୁବିଧା ନାହିଁ ।

dwd

Photograph: (social media)

କନକ ବ୍ୟୁରୋ: ରିଷଭ ପନ୍ତଙ୍କ ଗୁରୁତର ଆଘାତ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଖେଳାଳିଙ୍କ ବଦଳି ନିୟମରେ ପରିବର୍ତ୍ତନ କରିବା ନେଇ ଆଲୋଚନା ଚାଲିଛି । ତେବେ, ଏହି ପରିବର୍ତ୍ତନ ଦିନିକିଆ (ODI) କ୍ରିକେଟରେ ଲାଗୁ ହେବ କି ନାହିଁ, ସେ ସମ୍ବନ୍ଧରେ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

ନିକଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ବେଳେ ପନ୍ତଙ୍କ ପାଦରେ ଗୁରୁତର ଆଘାତ ଲାଗିଥିଲା, ଯାହା ପରେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା । ବର୍ତ୍ତମାନର ଆଇସିସି ନିୟମ ଅନୁଯାୟୀ, କେବଳ କନକସନ୍ (ମୁଣ୍ଡରେ ଆଘାତ) ହେଲେ ହିଁ ଜଣେ ଖେଳାଳିଙ୍କ ବଦଳରେ ଅନ୍ୟ ଜଣେ 'ଲାଇକ୍-ଫର୍-ଲାଇକ୍' ଖେଳାଳି ଖେଳିପାରିବେ । ଅନ୍ୟ କୌଣସି ପ୍ରକାରର ଆଘାତ ପାଇଁ ଏହି ସୁବିଧା ନାହିଁ ।

ଏହି ଘଟଣା ପରେ କ୍ରିକେଟ ବିଶେଷଜ୍ଞମାନେ, ବିଶେଷ କରି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ୍ ଭନ୍, ଏହି ନିୟମରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ସେମାନଙ୍କ ମତରେ, ଗମ୍ଭୀର ବାହ୍ୟ ଆଘାତ କ୍ଷେତ୍ରରେ ମଧ୍ୟ ଖେଳାଳି ବଦଳାଇବାକୁ ଅନୁମତି ମିଳିବା ଉଚିତ, ଯାହା ଦ୍ୱାରା ମ୍ୟାଚର ସନ୍ତୁଳନ ବଜାୟ ରହିବ।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଇସିସିର ପରବର୍ତ୍ତୀ କ୍ରିକେଟ କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇ ଏକ ନୂଆ ନିୟମ ଅଣାଯାଇପାରେ । ଏହି ନୂଆ ନିୟମ ଅନୁଯାୟୀ, ଗୁରୁତର ବାହ୍ୟ ଆଘାତ ପାଇଁ ମଧ୍ୟ ବଦଳ ଖେଳାଳିଙ୍କୁ ଅନୁମତି ମିଳିପାରେ । ତେବେ, ଏହି ସମସ୍ତ ଆଲୋଚନା ଏବଂ ରିପୋର୍ଟ ମୁଖ୍ୟତଃ ଟେଷ୍ଟ କ୍ରିକେଟକୁ କେନ୍ଦ୍ର କରି ହେଉଛି, କାରଣ ପନ୍ତଙ୍କ ଆଘାତ ଟେଷ୍ଟ ମ୍ୟାଚରେ ହିଁ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe