କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ବିଧିବଦ୍ଧ ଭାବରେ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଏହାକୁ ନେଇ ପୂର୍ବରୁ ଆଇସିସିକୁ ଜଣାଇଥିଲା ବିସିସିଆଇ । ଏହାପରେ ଆଇସିସିକୁ କ୍ଷତି ପୂରଣ ମାଗିପାରେ ପସିବି । କାରଣ ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ତିନୋଟି ଭେନ୍ୟୁ ପ୍ରସ୍ତୁତ କରିଥିଲା ପାକିସ୍ତାନ । ଏହାସହ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ବି ପ୍ରତିଶ୍ରୁତି ଦେଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତହରେ ଦଳକୁ ଛାଡ଼ିବାକୁ ମନା କରିଦେଇଛି ବିସିସିଆଇ । ଦୀର୍ଘ ବର୍ଷ ପରେ କୌଣସି ଆଇସିସି ଇଭେଣ୍ଟ ଆୟୋଜନ କରିବାରୁ ସୁଯୋଗ ପାଇଛି ପାକିସ୍ତାନ । ତେବେ ଟିମ୍ ଇଣ୍ଡିଆ ଏହି ଇଭେଣ୍ଟରେ ଯୋଗନଦେଲେ ପାକିସ୍ତାନକୁ ଏହା ମହଙ୍ଗା ପଡ଼ିବ ।
ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ । PCBକୁ ଜଣାଇଲା ICC ।
ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ବିଧିବଦ୍ଧ ଭାବରେ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।
/kanak/media/media_files/2024/11/10/1yZH9Y7VlgBw5IQwHN1v.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)