ପିସିବିକୁ ମନେଇବାକୁ ଆଲୋଚନା ଚଳାଇଛି ଆଇସିସି

Advertisment

ଆଇସିସି ଏହି ଅଚଳାବସ୍ଥାକୁ ଦୂର କରିବାକୁ ଚାହୁଁଛି ଓ ଏକ ବଡ଼ ଆର୍ଥିକ କ୍ଷତିକୁ ରୋକିବାକୁ ଚାହୁଁଛି । ଏଥିପାଇଁ ପିସିବି ମୁଖ୍ୟ ମହସିନ ନକଭୀଙ୍କ ସହିତ ଏକ ଆଲୋଚନା କରାଯାଉଛି । ଏହି ଆଲୋଚନାରେ ଅନ୍ୟ କେତେକ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟ ଯୋଗ ଦେଇଛନ୍ତି ।

ଆଇସିସି ଏହି ଅଚଳାବସ୍ଥାକୁ ଦୂର କରିବାକୁ ଚାହୁଁଛି ଓ ଏକ ବଡ଼ ଆର୍ଥିକ କ୍ଷତିକୁ ରୋକିବାକୁ ଚାହୁଁଛି । ଏଥିପାଇଁ ପିସିବି ମୁଖ୍ୟ ମହସିନ ନକଭୀଙ୍କ ସହିତ ଏକ ଆଲୋଚନା କରାଯାଉଛି । ଏହି ଆଲୋଚନାରେ ଅନ୍ୟ କେତେକ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟ ଯୋଗ ଦେଇଛନ୍ତି ।

ICC Pakistan

କନକ ବ୍ୟୁରୋ: ଟ୍ୱେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବ ବୋଲି ପାକିସ୍ତାନର ଘୋଷଣା ପରେ ତାହାକୁ ନେଇ ଆଇସିସିଠାରୁ ଆରମ୍ଭ କରି ପ୍ରସାରଣକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି । ଭାରତ-ପାକିସ୍ତାନ ମୁକାବିଲା ନ ହେଲେ ଶହ ଶହ କୋଟି ଟଙ୍କାର କ୍ଷତି ହେବାର ଆଶଙ୍କା କରାଯାଉଛି । ଏପରି ସ୍ଥିତିରୁ ବର୍ତ୍ତିବାକୁ ଉଦ୍ୟମ ଜାରି ରଖିଛି ଆଇସିସି । ଏଥିପାଇଁ ପରଦା ପଛରେ ପିସିବି ଓ ଆଇସିସି ମଧ୍ୟରେ ଏକ ଆଲୋଚନା ଜାରି ରହିଛି ବୋଲି ଏକ ପାକିସ୍ତାନୀ ଖବରକାଜ ରିପୋର୍ଟ କରିଛି । 

ଏହା ବି ପଢ଼ନ୍ତୁ: ବିଶ୍ୱକପ୍‌ର ସେହି ବିଜୟୀ ବୀର: କେହି ସାଜିଲେ ସୁପରଷ୍ଟାର, କାହାର କ୍ୟାରିୟର ହୋଇଗଲା ବର୍ବାଦ

ସୂଚନା ଅନୁସାରେ ଆଇସିସି ଏହି ଅଚଳାବସ୍ଥାକୁ ଦୂର କରିବାକୁ ଚାହୁଁଛି ଓ ଏକ ବଡ଼ ଆର୍ଥିକ କ୍ଷତିକୁ ରୋକିବାକୁ ଚାହୁଁଛି । ଏଥିପାଇଁ ପିସିବି ମୁଖ୍ୟ ମହସିନ ନକଭୀଙ୍କ ସହିତ ଏକ ଆଲୋଚନା କରାଯାଉଛି । ଏହି ଆଲୋଚନାରେ ଅନ୍ୟ କେତେକ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟ ଯୋଗ ଦେଇଛନ୍ତି । ଆଲୋଚନା ସମୟରେ ପାକିସ୍ତାନ ନିଜର କେତେକ ଅଭିଯୋଗ ଆଇସିସି ଆଗରେ ରଖିଛି । ଏସବୁ ଅଭିଯୋଗର ସମାଧାନ ପାକିସ୍ତାନ ବୋର୍ଡ ଚାହୁଁଛି । ଏଥିପାଇଁ ପାକିସ୍ତାନ ପକ୍ଷରୁ ୧୫ ଦିନ ପୂର୍ବରୁ ନିଜର ନିଷ୍ପତ୍ତି ଘୋଷଣା କରାଯାଇଛି । ତେବେ ଏହା ସତ୍ତ୍ବେ ପିସିବି ଏପର୍ଯ୍ୟନ୍ତ କୌଣସି ଔପଚାରିକ ପତ୍ର ଆଇସିସିକୁ ପଠାଇନାହିଁ ତଥା ଏ ନେଇ କୌଣସି ବୟାନ ମଧ୍ୟ ଦିଆଯାଇନାହିଁ । ସେହିପରି ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ମଧ୍ୟ କହିଛନ୍ତି ବର୍ଜନ ନିଷ୍ପତ୍ତି ଦଳର ନୁହେଁ, କିନ୍ତୁ ସରକାରଙ୍କ ନିଷ୍ପତ୍ତି ଦଳ ମାନିବ । 

ଗତ ରବିବାର ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ଲାଗି  ପାକିସ୍ତାନ ସରକାର ଘୋଷଣା କରିଥିଲେ । ଏହା ପରେ ଆଇସିସି ମଧ୍ୟ ଏକ ବୟାନ ଜାରି କରି ଏହି ନିଷ୍ପତ୍ତି ଖେଳଭାବନା ଓ କ୍ରିକେଟ୍ ସ୍ବାର୍ଥର ପରିପନ୍ଥୀ ବୋଲି କହିଥିଲା । ଅନ୍ୟପକ୍ଷରେ ବିସିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ମଧ୍ୟ ଆଇସିସିର ଆଭିମୁଖ୍ୟକୁ ସମର୍ଥନ କରିବା ସହ ଏହା ଏକ ଗୁରୁତର କଥା ବୋଲି କହି ଚିନ୍ତା ବ୍ୟକ୍ତି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe