କନକ ବ୍ୟୁରୋ :  ଏବେ ନଜର ପକାଇବା ଖେଳ ଦୁନିଆରୁ ଆସିଥିବା ଆଉ ଏକ ବଡ ଖବରରୁ । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ସଂପୂର୍ଣ୍ଣ ଖେଳସୂଚୀ ଜାରି ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଦୁବାଇରେ ଖେଳାଯିବ । ଭାରତ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ । ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ଦୁବାଇରେ ଖେଳାଯିବ ।

Advertisment

ଚାମ୍ପିୟନ୍ସ ଟ୍ରଫି ୨୦୨୫
କେଉଁଦିନ କାହାର ଟକ୍କର୍?
୧୯ ଫେବୃଆରୀ: ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, କରାଚୀ
୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ
୨୧ ଫେବୃଆରୀ : ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା, କରାଚୀ
୨୨ ଫେବୃଆରୀ :ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ
୨୪ ଫେବୃଆରୀ : ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
୨୫ ଫେବୃଆରୀ: ଅଷ୍ଟ୍ରେଲିଆ ବନାମ ସାଉଥ ଆଫ୍ରିକା, ରାୱଲପିଣ୍ଡି
୨୬ ଫେବୃଆରୀ : ଆଫଗାନିସ୍ତାନ ବନାମ ଇଂଲଣ୍ଡ : ଲାହୋର
୨୭ ଫେବୃଆରୀ :ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
୨୮ ଫେବୃଆରୀ : ଆଫଗାନିସ୍ତାନ ବନା ଅଷ୍ଟ୍ରେଲିଆ : ଲାହୋର
୧ ମାର୍ଚ୍ଚ : ସାଉଥ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ
୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ : ଫାଇନାଲ, ଲାହୋର