କନକ ବ୍ୟୁରୋ : ଆଇସିସି ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ଶର୍ମାଙ୍କ ଅବସର ନେଇ ଆକଳନ କରାଯାଉଛି । ଏନେଇ ଏବେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ବଡ ବୟାନ ଦେଇଛନ୍ତି । ତାଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଆଲୋଚନା ଜୋର ଧରିଛି ।  ୩୭ ବର୍ଷିୟା ରୋହିତ ଶର୍ମା ଗତବର୍ଷ ଟି-୨୦ ଫାଇନାଲ ଜିତିବା ପରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରୁ ଅବସର ନେଇଥିଲେ । ଏବେ ଦେଖିବାକୁ ବାକି ରହିଲା ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ରୋହିତ ଶର୍ମା ଏକଦିବସୀୟ ମ୍ୟାଚରୁ ଅବସର ନେଉଛନ୍ତି କି, ନାହିଁ ।

Advertisment

ସେପଟେ ଏକଦିବସୀୟ ବିଶ୍ୱକପ୍ ମ୍ୟାଚକୁ ଆହୁରି ଦୁଇବର୍ଷ ବାକି ରହିଛି । ଏଥିପାଇଁ ଆଶା କରାଯାଉଛି କି, ରୋହିତ ଶର୍ମା ଯୁବ ଖେଳାଳୀଙ୍କ ପାଇଁ ସୁଯୋଗ ତିଆରି କରିବେ । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ରୋହିତ ଶର୍ମାଙ୍କ ସହ ଏନେଇ ଆଲୋଚନା କରିପାରନ୍ତି । 

ଅନ୍ୟପଟେ ସୌରଭ ଗାଙ୍ଗୁଲି କହିଛନ୍ତି କି, ମୁଁ ଜାଣିନାହିଁ ରୋହିତ ଶର୍ମାଙ୍କୁ ନେଇ ଚୟନକର୍ତ୍ତା କ'ଣ ଚିନ୍ତା କରୁଛନ୍ତି । ହେଲେ ରୋହିତ ଶର୍ମା ସବୁଠାରୁ ଭଲ ଖେଳୁଛନ୍ତି । ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ଟିମ୍ ଠାରୁ ବହୁ ଆଗରେ ରହିଛି । ଭାରତ ୨୦୨୩ ବିଶ୍ୱକପ୍ ଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା । ୨୦୨୪ ଟି-୨୦ ବିଶ୍ୱକପ୍ ବିଜୟୀ ମଧ୍ୟ ହୋଇଥିଲା । ଏହାସହ ଚାମ୍ପିୟନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ଅପରାଜୟ ରହିଛି । ତେଣୁ ଆଜିର ମୁକାବିଲାରେ ବିଜୟ ପାଇଁ ଭାରତ ଦାବିଦାର ରହିଛି ।