କନକ ବ୍ୟୁରୋ : ଚାମ୍ପିଆନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅପରାଜୟ ଭାରତ । ସ୍ପିନ ବୋଲିଂ ଆଗରେ ହାର ମାନିଲା କିୱି ଟିମ ଲୋ ସ୍କୋରିଙ୍ଗ ମ୍ୟାଚରେ ନ୍ୟଜିଲାଣ୍ଡ ୪୪ ରନରେ ଜିତିଲା ରୋହିତ ବାହିନୀ । କାଲି ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ। ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି । ଦୁବାଇ ଖେଳାଯାଥିବ ମ୍ୟାଚରେ ଟସ୍ ଜିତି ଫିଲଡିଂ ପାଇଁ ନିଷ୍ପତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତର ପ୍ରଥମ ତିନି ବ୍ୟାଟର ରୋହିତ, ଶୁଭମନ୍ ଗିଲ୍ ଓ କୋହଲିଙ୍କ ବ୍ୟାଟ୍ ଚାଲି ନଥିଲା। ରୋହିତ ୧୫, ଶୁଭମନ୍ ୨ ଓ କୋହଲି ମାତ୍ର ୧୧ ରନ୍ କରି ପ୍ୟାଭିଲନକୁ ଫେରିଯାଇଥିଲେ ।
ଆଉ ମଙ୍ଗଳ ସମ୍ଭାଳିଥିଲେ ଶ୍ରେୟସ ଆୟର । ଶ୍ରେୟସ ୭୯ ରନ୍ କରି ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ଓ ଅକ୍ଷର ପଟେଲ ୪୨ ରନ୍ ଦଳକୁ ଏକ ମଜଭୁତ ସ୍ଥିତିକୁ ଆଣିଥିଲେ । ୯ ୱିକେଟ ହରାଇ ଭାରତ ୨୪୯ ରନ୍ କରିଥିଲେ । ୨୫୦ ରନର ଟାର୍ଗେଟ୍ କରି ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଭାରତୀୟ ସ୍ପିନ ବୋଲିଂ ଆଗରେ ହାତ ମାନିଯାଇଥିଲା । ବିଶେଷ କରି ବରୁଣ ଚକ୍ରବର୍ତୀ ନିଜ ସ୍ପିନ ବୋଲିଂରେ ନ୍ୟୁଜିଲାଣ୍ଡ ଟିମକୁ ଘାଇଲା କରିଦେଇଥିଲେ । ବରୁଣ ୧୦ ଓଭରରେ ୪୨ ରନ୍ ଦେଇ ୫ଟି ୱିକେଟ ହାସଲ କରିଥିଲେ । କୁଲଦୀପ ଯାଦବ ୨ଟି ୱିକେଟ୍ ପାଇଥିବା ବେଳେ ହାର୍ଦ୍ଦିକ, ଅକ୍ଷର ପଟେଲ ଓ ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କେନ୍ ୱିଲିୟମନ୍ସ ପ୍ରଶଂସନୀୟ ୮୧ ରନର ଇନିଙ୍ଗସ୍ ଖେଳିଥିଲେ। ତେବେ କାଲି ମେସିରେ ରୋହିତ ବାହିନୀ କଙ୍ଗାରୁ ଦଳ ସହ ଲଢ଼ିବ। ଆଉ ୫ ତାରିଖରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ସେମଫାଇନାଲ ଖେଳାଯିବ। ଏବଂ ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ ହେବ ।