କନକ ବ୍ୟୁରୋ: ୨୦୨୪ ପାଇଁ ବର୍ଷର ଶ୍ରେଷ୍ଠ ଟି-୨୦ ଦଳ ଘୋଷଣା କରିଛି । ‘ଟି-୨୦ ଟିମ୍‌ ଅଫ୍‌ ଦ ଇୟରରେ ଅଧିନାୟ ହୋଇଛନ୍ତି ରୋହିତ ଶର୍ମା । ତେବେ ଟିମରେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କୁ ବାଦ ଦେଇଛି ଆଇସିସି । ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିଲା। ରୋହିତଙ୍କ ପାଇଁ ୨୦୨୪ ବର୍ଷ ବହୁତ ଭଲ ଥିଲା। ରୋହିତ ଟି-୨୦ ବିଶ୍ୱକପରେ ତିନୋଟି ଅର୍ଦ୍ଧଶତକ ମାରିଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ସୁପର ୮ ମ୍ୟାଚ୍‌ରେ ୯୨ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ରୋହିତଙ୍କ ସହ ଭାରତର ଅନ୍ୟ ୩ ଜଣ ଖେଳାଳି ମଧ୍ୟ ଆଇସିସି ଲିଷ୍ଟରେ ସାମିଲ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରାହ ଏବଂ ଅର୍ଶଦୀପ ସିଂହଙ୍କୁ ଏହି ଦଳରେ ସାମିଲ କରିଛି ଆଇସିସି । ୨୦୨୪ ବର୍ଷ ପାଣ୍ଡ୍ୟାଙ୍କ ପାଇଁ ମଧ୍ୟ ଭଲ ଥିଲା। ସେ ମୋଟ ୧୭ ଟି ଟି-୨୦ ମ୍ୟାଚ ଖେଳିଥିଲେ। ଏହି ସମୟ ମଧ୍ୟରେ ୩୫୨ ରନ କରିଥିଲେ। ଏହା ସହିତ ସେ ୧୬ଟି ଉଇକେଟ ମଧ୍ୟ ନେଇଥିଲେ। ସେହିପରି ବୁମରା ୮ଟି ମ୍ୟାଚ୍‌ରେ ୧୫ଟି ଉଇକେଟ ନେଇଥିଲେ। ୭ ରନ ଦେଇ ୩ ଉଇକେଟ ନେବା ଏକ ମ୍ୟାଚ୍‌ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଅର୍ଶଦୀପ ମଧ୍ୟ ୧୮ ମ୍ୟାଚରେ ୩୬ ଉଇକେଟ ନେଇଥିଲେ। ଏହାଛଡ଼ା ପାକିସ୍ତାନୀ ଖେଳାଳି ବାବର ଆଜମ ଜିମ୍ବାୱେର ସିକନ୍ଦର ରାଜାଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇଛି।