ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ୍‌: ଅମ୍ପାୟାରମାନଙ୍କ ନାଁ ଘୋଷଣା, ମାଇକେଲ୍‌ ଗଫ୍‌ ହେବେ ଥାର୍ଡ ଅମ୍ପାୟାର

Advertisment

ଆସନ୍ତା କାଲି ବା ମାର୍ଚ୍ଚ ୪ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ । ଏହାପୂର୍ବରୁ ଆଜି ଆଇସିସି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ପାଇଁ ଅମ୍ପାୟାରମାନଙ୍କ ନାଁ ଘୋଷଣା କରିଛି ।

ଆସନ୍ତା କାଲି ବା ମାର୍ଚ୍ଚ ୪ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ । ଏହାପୂର୍ବରୁ ଆଜି ଆଇସିସି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ପାଇଁ ଅମ୍ପାୟାରମାନଙ୍କ ନାଁ ଘୋଷଣା କରିଛି ।

Ind vs Aus-

କନକ ବ୍ୟୁରୋ: ମାର୍ଚ୍ଚ ୪ ତାରିଖରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ । ତେବେ ଏହି ମ୍ୟାଚ୍‌ ପାଇଁ ଅମ୍ପାୟାର୍ସଙ୍କ ନାମ ଘୋଷଣା କରିଛି ଆଇସିସି । ଖାଲି ସେତିକି ନୁହେଁ ଆଇସିସି ପକ୍ଷରୁ ଅନ୍-ଫିଲ୍ଡ ଅମ୍ପାୟାର, ଥାର୍ଡ ଅମ୍ପାୟାର ଏବଂ ମ୍ୟାଚ୍ ରେଫରିଙ୍କ ନାମ ଘୋଷଣା କରାଯାଇଛି । 

ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମାର୍ଚ୍ଚ ୪ରେ ଦୁବାଇରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ  ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେବେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ୍ ପାଇଁ ନ୍ୟୁଜିଲ୍ୟାଣ୍ଡର କ୍ରିସ୍ ଗାଫାନି ଏବଂ ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଅନ୍-ଫିଲ୍ଡ ଅମ୍ପାୟାର ହେବେ । ଏହି ମ୍ୟାଚ୍‌ରେ ମାଇକେଲ୍ ଗଫ୍ ଥାର୍ଡ ଅମ୍ପାୟାର ଏବଂ ଆଣ୍ଡି ପାଇକ୍ରଫ୍ଟ ମ୍ୟାଚ୍ ରେଫରି ହେବେ।

ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ, ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଲାହୋରରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍‌ ପାଇଁ ଅନ୍‌ଫିଲ୍‌ଡ ଅମ୍ପାୟାର ଭାବରେ ଶ୍ରୀଲଙ୍କାର କୁମାର ଧର୍ମସେନା ଏବଂ ଅଷ୍ଟ୍ରେଲିଆର ପଲ ରିଫେଲ୍ ରହିବେ । ଜୋଏଲ୍ ୱିଲସନ୍ ଥାର୍ଡ  ଅମ୍ପାୟାର ହେବେ, ରଞ୍ଜନ ମାଦୁଗାଲେ ଏହି ମ୍ୟାଚ୍ ପାଇଁ ମ୍ୟାଚ୍ ରେଫରି ରହିବେ । 

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍
•    ଅନ୍‌ଫିଲ୍ଡ ଅମ୍ପାୟାର: କ୍ରିସ୍ ଗାଫନି ଏବଂ ରିଚାର୍ଡ ଇଲିଙ୍ଗୱର୍ଥ
•    ଥାର୍ଡ ଅମ୍ପାୟାର: ମାଇକେଲ ଗଫ୍
•    ଫୋର୍ଥ ଅମ୍ପାୟାର: ଆଡ୍ରିଆନ୍ ହୋଲ୍ଡଷ୍ଟକ୍
•    ମ୍ୟାଚ୍ ରେଫରୀ: ଆଣ୍ଡି ପାଇକ୍ରଫ୍ଟ

ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ସେମିଫାଇନାଲ୍
•    ଅନ୍‌ଫିଲ୍ଡ ଅମ୍ପାୟାର: କୁମାର ଧର୍ମସେନା ଏବଂ ପଲ ରିଫେଲ୍
•    ଥାର୍ଡ ଅମ୍ପାୟାର: ଜୋଏଲ୍ ୱିଲସନ୍
•    ଫୋର୍ଥ ଅମ୍ପାୟାର: ଆହସାନ ରଜା
•    ମ୍ୟାଚ୍ ରେଫରୀ: ରଞ୍ଜନ ମାଦୁଗାଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe