କନକ ବ୍ୟୁରୋ : ଭାରତ ଶାନ୍ତି ପ୍ରିୟ ଦେଶ କିନ୍ତୁ ଆବଶ୍ୟକ ସ୍ଥଳରେ ସବୁବେଳେ ମୁକାବିଲା ପାଇଁ ପ୍ରସ୍ତୁତ । ଅପରେସନ ସିନ୍ଦୂର ପ୍ରସଙ୍ଗ ଉଠାଇ ପୁଣି ଶତ୍ରୁଦେଶ ମାନଙ୍କୁ ଚେତାବନୀ ଦେଇଛନ୍ତି ସିଡିଏସ୍ ଅନୀଲ ଚୌହ୍ବାନ । ମଧ୍ୟପ୍ରଦେଶର ମହୁରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜେନେରାଲ ଅନୀଲ ଚୌହ୍ବାନ କହିଛନ୍ତି, ଭାରତ ସର୍ବଦା ଶାନ୍ତି ଚାହେଁ । ଭାରତ ଏକ ଶାନ୍ତି ପ୍ରିୟ ରାଷ୍ଟ୍ର । କିନ୍ତୁ ଦେଶର ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତ ପ୍ରକାର ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ । ଏଥିସହ ଅପରେସନ ସିନ୍ଦୂର ଏବେବି ଜାରି ରହିଥିବା କହି ଶତ୍ରୁ ଦେଶଙ୍କୁ ଚେତାବନୀ ଦେଇଛନ୍ତି ସିଡିଏସ୍ ।
ଏବେବି ଜାରି ଅପରେସନ ସିନ୍ଦୂର : ଦରକାର ପଡିଲେ ପୁଣି ଲଢିବା ନେଇ ଶତ୍ରୁଦେଶକୁ ସିଡିଏସଙ୍କ ଚେତାବନୀ
ଭାରତ ଶାନ୍ତି ପ୍ରିୟ ଦେଶ କିନ୍ତୁ ଆବଶ୍ୟକ ସ୍ଥଳରେ ସବୁବେଳେ ମୁକାବିଲା ପାଇଁ ପ୍ରସ୍ତୁତ । ଅପରେସନ ସିନ୍ଦୂର ପ୍ରସଙ୍ଗ ଉଠାଇ ପୁଣି ଶତ୍ରୁଦେଶ ମାନଙ୍କୁ ଚେତାବନୀ ଦେଇଛନ୍ତି ସିଡିଏସ୍ ଅନୀଲ ଚୌହ୍ବାନ ।
/kanak/media/media_files/2025/08/26/22-2025-08-26-14-43-49.jpg)