କନକ ବ୍ୟୁରୋ: ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ । ମଙ୍ଗଳବାର ରାତି ପ୍ରାୟ 10ଟା ବେଳକୁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଯେଉଁଥିରେ ମୋଟ 49 ଜଣ ଅଧିକାରୀଙ୍କ ବଦଳି ହେବା ସହିତ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି । ମିଳିଥିବା ସୂଚନା ମୁତାବକ,  ଚଞ୍ଚଳ ରାଣା ହୋଇଛନ୍ତି ବିଏମସିର ନୂଆ କମିସନର । ସେହିପରି ଦିବ୍ୟଜ୍ୟୋତିଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।

Advertisment
  • ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀର ଜିଲ୍ଲାପାଳ 
  • ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ଵ
  • ଅମ୍ବର କୁମାର କର ଜିଲ୍ଲାପାଳ ଯାଜପୁର ଜିଲ୍ଲାପାଳ ହେଲେ 

  • କୀରନଦୀପ କୌର ହେଲେ ସିଏମ୍‌ସି କମିସନର 

  • ସୋମେଶ ଉପାଧ୍ୟାୟ ମାଲକାନଗିରି ଜିଲ୍ଲାପାଳ ହେଲେ 

  • ଆଶିଷ ଈଶ୍ୱର ପାଟିଲ ଢେଙ୍କାନାଳ ଜିଲ୍ଲାପାଳ 

  • ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ମିଳିଲା ପୁରୀ ଜିଲ୍ଲାପାଳ ଦାୟିତ୍ୱ 

  • ଅମ୍ବର କୁମାର କର ଯାଜପୁର ଜିଲ୍ଲାପାଳ ହେଲେ 

  • ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ହେଲେ 

  • କିର୍ଥୀ ଭାସନ ଗଞ୍ଜାମ ଜିଲ୍ଲାପାଳ ହେଲେ