କନକ ବ୍ୟୁରୋ: ଆଇଏଏ, ପ୍ରଦୀପ ଜେନା ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ହୋଇଛନ୍ତି । ଅସିତଙ୍କୁ ୧୮ଟି ଭୋଟରେ ହରାଇଛନ୍ତି ପ୍ରଦୀପ । ପ୍ରଦୀପ ଜେନାଙ୍କୁ ୮୯୧ ଭୋଟ ମିଳିଥିବାବେଳେ ଅସିତ ତ୍ରିପାଠୀ ପାଇଛନ୍ତି ୮୭୩ ଭୋଟ୍ । ସେହିପରି ଲଳିତ ଦାସ ଭୁବନେଶ୍ବର କ୍ଲବର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ୯୧୮ ଭୋଟ ମିଳିଥିବାବେଳେ ପ୍ରତିଦ୍ବନ୍ଦ୍ୱୀ ତୁତୁଲ କିଶୋର ଦାସ ୮୪୦ ଭୋଟ ପାଇଛନ୍ତି । ଯୁଗ୍ମ ସମ୍ପାଦକ ହୋଇଛନ୍ତି ସମ୍ୱିତ ମହାନ୍ତି ।
ନିର୍ବାଚନରେ ସଭାପତି ପଦ ଲାଗି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର କ୍ଲବ୍ ସଭାପତି ଅସୀତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ୍ ନିୟମାକ ଆୟୋଗ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଏଥିରେ ପ୍ରଦୀପ ଜେନା ବିଜୟୀ ହୋଇଛନ୍ତି । ଅସିତ ତୃତୀୟ ଥର ଲାଗି ସଭାପତି ପଦ ପାଇଁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିରୋଧରେ ପ୍ରଥମ ଥର ପ୍ରଦୀପ ମଇଦାନକୁ ଓହ୍ଲାଇଥିଲେ ।