ଗଣତନ୍ତ୍ର ଦିବସରେ ପତାକାର ସମ୍ମାନକୁ ନେଇ ଟ୍ରୋଲ୍ ହେଲେ ଆଇଏସ୍ ଅଧିକାରୀ , ଭାଇରାଲ୍ ଭିଡିଓ ଉପରେ ରଖିଲେ ସ୍ପଷ୍ଟୀକରଣ

Advertisment

ରାଜସ୍ଥାନ ବାଡମେର ଜିଲ୍ଲାର ଜିଲ୍ଲାପାଳ ଟିନା ଡାବି ପୁଣି ଥରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି।

ରାଜସ୍ଥାନ ବାଡମେର ଜିଲ୍ଲାର ଜିଲ୍ଲାପାଳ ଟିନା ଡାବି ପୁଣି ଥରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି।

IAS  TINA DAVI

କନକ ବ୍ୟୁରୋ :   ଜଣାଶୁଣା ଆଇଏସ୍ ଅଧିକାରୀ ଟିନା ଡାବିଙ୍କୁ ନେଇ ଏବେ  ସୋସିଆଲ୍  ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଜସ୍ଥାନ ବାଡମେର ଜିଲ୍ଲାର ଜିଲ୍ଲାପାଳ ଟିନା ଡାବି ପୁଣି ଥରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି । ଏଥର ଘଟଣା କୌଣସି ପ୍ରାଶାସନିକ ସେବା , ସରକାରୀ ଅଭିଯାନ କିମ୍ବା କୌଣସି ସମ୍ମାନକୁ ନେଇ ପ୍ରଶ୍ମ ନାହିଁ ବରଂ ଗଣତନ୍ତ୍ର ଦିବସରେ  ପତାକା ଉତ୍ତୋଳନକୁ ନେଇ ପ୍ରଶ୍ମ ଉଠିଛି ।  ପ୍ରଥମରେ ଟିନା ଡାବି ଜିଲ୍ଲାପାଳ କାର୍ୟ୍ୟାଳୟରେ ପହଞ୍ଚିଥିଲେ । ପୂର୍ବରୁ ଅଫିସର କର୍ମଚାରୀ , ଅନ୍ୟାନ୍ୟ  ସ୍କୁଲ୍ ପିଲାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପ୍ରଥମେ  ପତାକା ଉତ୍ତୋଳନ କରିଥିଲେ ।

ଜିଲ୍ଲାପାଳ ଭବନରେ ପହଞ୍ଚି ଜାତୀୟ ସଙ୍ଗୀତ ମଧ୍ୟ ଗାନ କରାଯାଇଥିଲା । ପୁରା ପରିବେଶ ରାଷ୍ଟ୍ରଗାନର ମାହୋଲରେ ଅତ୍ୟନ୍ତ ଖୁସି ଥିଲା । ଜାତୀୟ ସଙ୍ଗୀତ ଗାାନ କରିବା ପରେ  ଯେତେବେଳେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଯାଉଥିଲେ ହେଲେ ଠିକ୍ ସେତିକିବେଳେ ଯେଉଁଠିକୁ ଚାହିଁ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବା କଥା ତାର ବିପରୀତ ଦିଗରେ ରହି ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବା ନଜର ଆସିଥିଲେ । ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋରରେ  ଧରିଛି । ଏହା ଅଧିକ ସମୟ ପର୍ୟ୍ୟନ୍ତ ରହିଲା ନାହିଁ ତୁରନ୍ତ ଜିଲ୍ଲାପାଳ ଠିକ୍ ସ୍ଥାନରେ ରହି ତାଙ୍କ ଠିଆ ହୋଇଥିବା ସ୍ଥାନ ପରିବର୍ତ୍ତନ କରିଥିଲେ ।

ଅଧିକ ପଢନ୍ତୁ : ୭୭ତମ ଗଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ୟୁରୋପୀୟ କମିସନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍

ଏହି ସମୟରେ  ସେଠାରେ ଥିବା ଅଧିକାରୀମାନେ ମଧ୍ୟ କୌଣସି ବିଶେଷ ପ୍ରତିକ୍ରିୟା ଦେଇନଥିଲେ । ଭିଡିଓଟି ବର୍ତ୍ତମାନ ସୋସିଆଲ୍  ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହା ପୂର୍ବରୁ ଟିନା ଡାବି ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ତାଙ୍କର ପ୍ରଶାସନିକ ସେବାରେ ଯୋଗ ଦେବାଠୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମକୁ  ଲୋକମାନେ  ଦେଖିବା ପାଇଁ ବେଶ୍ ପସନ୍ଦ କରନ୍ତି । ଆଇଏସ୍ ଅଧିକାରୀ ଟିନା ଡାବିଙ୍କ ଅନେକ କାର୍ଯ୍ୟକ୍ରମରେ  ସେ ସକ୍ରିୟ ଭୂମିକା ନିଭାଇଛନ୍ତି । ଏବେ  ଏହି ବିବାଦକୁ ନେଇ ଟିନା ଡାବି ଏବେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ  କହିଛନ୍ତି ଯେ ପତାକା ଉତ୍ତୋଳନ ସମୟରେ  ତାଙ୍କ ପାଖରେ ୨ଜଣ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ ।  ତାଙ୍କୁ ଦେଖିସାରିବା ପରେ  ଦୁଇଜଣ ହଠାତ୍ ନିଜ ସ୍ଥାନରୁ ଟିକେ ଅସାବଧାନତା ହୋଅଯାଇଥିଲେ ।  ପରେ ପରେ ସେମାନେ  ତାଙ୍କ ସ୍ଥାନ ଠିକ୍ କରିଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ପ୍ରକାର ଅସାବଧାନତା ହୋଇନାହିଁ । ସେଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଆଇଏସ୍ ଅଧିକାରୀ ଟିନା ଡାବି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe