କନକ ବ୍ୟୁରୋ : ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ୱ । ମିଳିଲା ସେନସସ୍‌ ଅପରେସନର ନିର୍ଦ୍ଦେଶକ ଦାୟିତ୍ୱ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା ଡିଓପିଟି । କେନ୍ଦ୍ର ସରକାର ସୋମବାର ୨୦୧୨ ବ୍ୟାଚ୍ ଓଡ଼ିଶା କ୍ୟାଡର୍‌ର ଆଇଏଏସ୍ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କୁ ଓଡ଼ିଶା ରାଜ୍ୟର ନୂତନ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ (ଡିସିଓ)/ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଡିସିଆର) ଭାବରେ ନିଯୁକ୍ତି ଦେଇଛନ୍ତି ।

Advertisment

କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି ଲେଖାଯାଇଛି । କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ପଠାଯାଇଥିବା ଏକ ଚିଠି ଅନୁସାରେ, କଲ୍ୟାଣ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିବେ ।