କନକ ବ୍ୟୁରୋ: ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ । ୨୦୦୬ ବ୍ୟାଚର ଆଇଏସ ଅଫିସର ହେଉଛନ୍ତି ମନୋଜ ସାହୁ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କୁ ଅନ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ମନୋଜଙ୍କୁ ଏ ଦାୟିତ୍ବ ଦିଆଯାଇଛି। ୨୦୦୬ ବ୍ୟାଚ୍ର ଆଇଏଏସ୍ ମନୋଜ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ । ମନୋଜ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା । ସେ ବିଭିନ୍ନ ସମ୍ବେଦନଶୀଳ ଜିଲାରେ ଜିଲ୍ଲାପାଳ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର୍ ଜଲ୍ରେ କାମ କରି ଖୁବ୍ ପ୍ରଶଂସିତ ହୋଇଛନ୍ତି ।
ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ ।
ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ । ୨୦୦୬ ବ୍ୟାଚର ଆଇଏସ ଅଫିସର ହେଉଛନ୍ତି ମନୋଜ ସାହୁ ।
/kanak/media/media_files/2025/01/04/VaCrS4o5UwgGvPcYuCub.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)