କନକ ବ୍ୟୁରୋ: ଆଇଏଏସ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । ସାକ୍ଷୀ ଓ ପ୍ରମାଣକୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଲାଂଚ କାରକାର ନେଇ ଗିରଫ ତାଙ୍କୁ କରିଥିଲା ଭିଜିଲାନ୍ସ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଧରାପଡିଥିଲେ ।  

Advertisment

କ୍ରସର୍‌ ବନ୍ଦ କରିଦେବାକୁ ଧମକ ଦେଇ ଧୀମାନ୍‌ ମାଗିଥିଲେ ୨୦ଲକ୍ଷ ଟଙ୍କା । ପ୍ରଥମ କିସ୍ତିରେ ୧୦ଲକ୍ଷ ଟଙ୍କା ପହଞ୍ଚିଥିଲା ତାଙ୍କ ସରକାରୀ ବାସଭବନରେ । କ୍ରସର ମାଲିକଙ୍କୁ ଘରକୁ ଡକାଇ ଧୀମାନ୍‌ ଟଙ୍କା ଗଣୁଥିଲାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌ ।  ଉଭୟ ଟଙ୍କା ଓ ଧୀମାନ୍‌ଙ୍କ ହାତ କେମିକାଲ୍‌ରେ ଧୋଇବା ପରେ ଲାଞ୍ଚ ଟଙ୍କା ସେ ଧରିଥିବା ସ୍ପଷ୍ଟ ହୋଇଛି ।

ପରେ ତାଙ୍କ ସରକାରୀ ବାସଭବନରୁ ଆଉ ୪୭ଲକ୍ଷ ଟଙ୍କା ଜବତ ହୋଇଛି । ଧୀମାନ ୨୦୨୧ରେ ବାରିପଦା ଏସିଏଫ୍‌ ଭାବେ ନିଯୁକ୍ତି ପାଇଥିଲେ । ସେହିବର୍ଷ ୟୁପିଏସ୍‌ସିରେ ପାଇଥିଲେ ୨୨୭ ରାଙ୍କ । ୨୦୨୪ ଜାନୁଆରିରେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ପରିବାରର ବଡ଼ ପୁଅ ହେଉଛନ୍ତି ଧୀମାନ୍‌ । ତାଙ୍କ ବାପା ଜଣେ ସ୍କୁଲ୍‌ ଶିକ୍ଷକ ହୋଇଥିଲା ବେଳେ ମା’ ଗୃହିଣୀ । ତ୍ରିପୁରାର କାଞ୍ଚନପୁର ଭଳି ଛୋଟିଆ ସହରରୁ ଆଇଏଏସ୍‌ ପାଇଥିବାରୁ ସେ ବେଶ୍‌ ଚର୍ଚ୍ଚାର ରହୁଥିଲେ । ନିଜ ଗାଁ, ସହର ପାଇଁ ଅନେକ କିଛି ସ୍ବପ୍ନ ଦେଖିଥିବା କହୁଥିଲାବେଳେ ଶିକ୍ଷାର ବିକାଶ ପାଇଁ କାମ କରିବେ ବୋଲି ଆଇଏଏସ୍‌ ପାଇବା ପରେ କହିଥିଲେ ।