କନକ ବ୍ୟୁରୋ: ଯୁବ ସମାଜ ସଟକଟ୍ ରାସ୍ତାକୁ ଆପଣାଇବାର ପ୍ରବଣତା ଭିତରେ ଘାଣ୍ଟି ହୋଇଯାଉଛି । ବାପା, ମା’ ଟଙ୍କା ଖର୍ଚ୍ଚ କରି ପାଠ ପଢାଉଛନ୍ତି ଯେତେବେଳେ ଯେତେଶୀଘ୍ର ପିଲାମାନେ ଚାକିରି କରି  ଡବଲ ଟଙ୍କା ରୋଜଗାର ନକରିଛନ୍ତି ସେପର୍ଯ୍ୟନ୍ତ ଶାନ୍ତି ନାହିଁ । ସମସ୍ତଙ୍କ ଆଶା ଅକାଂକ୍ଷାକୁ ପୂରଣ କରିବା ବାଟରେ ନିଜେ ବଳିପଡିଯାନ୍ତି , ଧୈର୍ଯ୍ୟ ହରାଇବସନ୍ତି । ଆଉ ବେଳେବେଳେ ମାନସିକ ଅବସାଦ ଯୋଗୁଁ ଆତ୍ମହତ୍ୟା ଭଳି ପଦକ୍ଷେପ ବି ନିଅନ୍ତି । ହେଲେ ନିଜକୁ ଥରେ ପରଖିବାକୁ ଆମ ପାଖରେ ବି ଯଥେଷ୍ଟ ପ୍ରେରଣାଦାୟୀ ବ୍ୟକ୍ତି ଅଛନ୍ତି ଯାହାଙ୍କ ବିଷୟରେ ଜାଣିବା ପରେ ଯୁବ ସମାଜକୁ ଯଥେଷ୍ଟ ସାହାସ ମିଳିବ ନିଶ୍ଚୟ ।

Advertisment

ୟୁପିଏସସି ପରୀକ୍ଷା ନାଁ ଶୁଣିଲେ ଆଖି ତରାଟି ହୋଇଯାଏ ।  କାରଣ ସମସ୍ତ ଏହାକୁ ସୁବୁଠୁ ବଡ ପରୀକ୍ଷା ବୋଲି ଭାବନ୍ତୁ ।  କିନ୍ତୁ କଠିନରୁ କଠିନ ପରିଶ୍ରମ ଓ ନିଷ୍ଠା ରଖିଲେ ଏ ବଡ ପରୀକ୍ଷାକୁ ବି ପାରି କରିହେବ । ଜଣେ ଗେଟ୍ ଟପର ଯିଏ ଭଲ ଚାକିରିଟେ ଛାଡି ୟୁପିଏସସି ପରୀକ୍ଷା ଦେଲେ ଏବଂ ୩ ରାଙ୍କ ରଖି ଆଇଏଏସ୍ ହେଲେ । କିନ୍ତୁ ଏ ସଫଳତା ପ୍ରଥମ ଚେଷ୍ଟା ନୁହେଁ  । ସଫଳତା ପାଇବା ପୂର୍ବରୁ ତାଙ୍କୁ ବାରମ୍ବାର ବିଫଳତାକୁ ସମ୍ମୁଖୀନ କରିବାକୁ ପଡିଛି । ହେଲେ ଡରିନଥିଲେ । ସାହାସ ଧରି ଧୈର୍ଯ୍ୟର ସହ ଚେଷ୍ଟା ଜାରି ରଖିଲେ ଯାହା ତାଙ୍କ  ଭାଗ୍ୟ ରେଖାକୁ ବି ବଦଳାଇଦେଲା। 

ଆମେ କହୁଛୁ ଅଙ୍କିତା ଜୈନଙ୍କ କଥା । କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିବା ପରେ ଏକ ଭଲ କମ୍ପାନୀରେ ଭଲ ପୋଷ୍ଟ ପାଇଲେ । ଦରମା ବି ଖୁସି ହେବା ଭଳି ଥିଲା । ପ୍ରଥମ ଚେଷ୍ଟାରେ ତାଙ୍କୁ ସଫଳତା ମିଳିଲାନି । ଦ୍ବିତୀୟ ଚେଷ୍ଟାରେ ତାଙ୍କୁ ମନପସନ୍ଦ ରାଙ୍କ ମିଳିଲାନି । ତୃତୀୟ ଚେଷ୍ଟାରେ ବି ଏକା ସମସ୍ୟା । ଶେଷରେ ୨୦୨୦ରେ ଚତୁର୍ଥ ଥର ଚେଷ୍ଟାରେ ତାଙ୍କୁ ତୃତୀୟ ରାଙ୍କ ମିଳିଲା। ଅଙ୍କିତାଙ୍କ କହିବା କଥା. କୌଣସି ଭଲ ଜିନିଷ , ସ୍ଥିତି, ବସ୍ତୁ ବା ଯାହା କିଛି ହେଉ ସହଜରେ ମିଳେନି । ଖୁବ ପରିଶ୍ରମ ପରେ ମିଳେ, ଏଥିପାଇଁ କିନ୍ତୁ ଲଗାତାର ପରିଶ୍ରମ କରିବାକୁ ପଡିବ, ଯାହା ସମଗ୍ର ଯୁବ ସମାଜ ପାଇଁ ଏକ ବାର୍ତ୍ତା।