କନକ ବ୍ୟୁରୋ: ଅପରେସନ ସିନ୍ଦୂର ନେଇ ଭାରତୀୟ ସେନାର ସାମ୍ବାଦିକ ସମ୍ମିଳନୀ । ପାକିସ୍ତାନ ଧ୍ବଂସାବଶେଷର ଚିତ୍ର ଦେଖାଇଛି ସେନା । ଆଉ ତାସହିତ କଡ଼ା ସନ୍ଦେଶ ବି ଦେଇଛି । ଆତଙ୍କବାଦୀଙ୍କ ସମର୍ଥନ ପାଇଁ ପାକିସ୍ତାନ ସେନା ହସ୍ତକ୍ଷେପ କରିଛି । ଏଥିପାଇଁ କଡ଼ା ଜବାବ ଦେବାକୁ ପଡ଼ିଲା ବୋଲି କହିଛି ଭାରତ । 
 
ଭାରତୀୟ ସେନା ମିଳିତ ସାମ୍ବାଦିକ ସମ୍ମିଳନୀରେ ସୋମବାର ଅପରେସନ ସିନ୍ଦୂର ନେଇ ନୂଆ ନୂଆ ତଥ୍ୟ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ସେନା କହିଛି, ପାକିସ୍ତାନର ଆକ୍ରମଣକୁ ଭାରତର ଏୟାରଫୋର୍ସ ଡିଫେନ୍ସ ସିଷ୍ଟମ ବିଫଳ କରିଦେଇଛି । ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ମିରାଜ ଓ ପିଏଲ-୧୫ ଏୟାର ଟୁ ଏୟାର ମିସାଇଲର ଧ୍ବଂସାବଶେଷର ଦୃଶ୍ୟ ଦେଖାଇଛି ସେନା । ଏହାସହ କୁହାଯାଇଛି
 

Advertisment
  • ତୁର୍କୀ ଓ ଚୀନର ବିମାନକୁ ମାରି ଖସାଯାଇଛି
  • କାଉଣ୍ଟର ଷ୍ଟ୍ରାଇକ୍‌ରେ ପାକିସ୍ତାନ ସାମରିକ ଘାଟି ଧ୍ବଂସ
  • ପାକିସ୍ତାନର ୧୧ ଏୟାରବେସ୍ ହୋଇଛି କ୍ଷତିଗ୍ରସ୍ତ
  • ପାକିସ୍ତାନର ୧୩ଟି ସ୍ଥାନରେ ହିଟ୍ କରିଛି ଭାରତର ମିସାଇଲ୍
  • ପାକିସ୍ତାନର ପରମାଣୁ ଆଡ୍ଡାରେ ଭାରତର ବାଜିଛି ମିସାଇଲ୍
  • ଅପରେସନ୍‌ରେ ବ୍ରହ୍ମୋସ ଓ ଆକାଶ ମିସାଇଲ୍ ବ୍ୟବହାର କରାଯାଇଛି


ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି, ଆମର ଲଢ଼େଇ ଆତଙ୍କବାଦ ବିରୋଧରେ ଥିଲା । କିନ୍ତୁ ଆତଙ୍କବାଦୀଙ୍କୁ ବଞ୍ଚାଇବା ପାଇଁ ପାକ୍ ସେନା ଉଦ୍ୟମ କରିଥିଲା । ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନକୁ କଡ଼ା ସନ୍ଦେଶ ଦିଆଯାଇଛି । ରାଷ୍ଟ୍ରକବି ରାମଧାରୀ ସିଂ ଦିନକର ଓ ରାମ ଚରିତ ମାନସ ପଢ଼ି ପାକିସ୍ତାନର ବିଭିନ୍ନ ଧ୍ୱଂସାବଶେଷର ଚିତ୍ର ଦେଖାଇଥିଲା ସେନା ।  ଡିଜିଏମଓ କହିଥିଲେ, ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସମର୍ଥନ ଓ ହସ୍ତକ୍ଷେପ କରିଥିଲେ । ଯାହା କ୍ଷତି ହୋଇଛି ସେଥିପାଇଁ ପାକିସ୍ତାନ ଦାୟୀ । ଆମେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିନାହୁଁ । ପାକିସ୍ତାନ ଭାରତୀୟ ନାଗରିକଙ୍କୁ ଟାର୍ଗେଟ କରିଛି । ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିପାରିବ ନାହିଁ ପାକିସ୍ତାନ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଛି ଉଚ୍ଚସ୍ତରୀୟ ବୈଠକ । ୩ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମୋଦୀ ବଡ଼ ବୈଠକ କରିଛନ୍ତି । ସରକାରଙ୍କ ପକ୍ଷରୁ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଛି ଯୁଦ୍ଧ ବିରାମ ଭିତରେ ଯଦି ପାକିସ୍ତାନ ଆଡ଼ ଆଖିରେ ବି ଚାହେଁ ତେବେ ଏହାର କଡ଼ା ଜବାବ ଦିଆଯିବ ।