କନକ ବ୍ୟୁରୋ, ଗୋଟେ ପଟେ ଭାରତ ପାକିସ୍ତାନର ଏୟାରବେସ୍ ଉପରେ ରକେଟ୍ ମାଡ଼ କରୁଥିଲା । ଅନ୍ୟପଟେ ପିଏସ୍ଏଲ୍ରେ ଖେଳୁଥିବା ବିଦେଶୀ ଖେଳାଳିଙ୍କ ମନରେ ଭୟ ସୃଷ୍ଟି ହେଉଥିଲା ଯେ, ଘରକୁ କେମିତି ଯିବେ । ପିଏସ୍ଏଲ୍ରେ ଲାହୋର କାଲାନ୍ଦର୍ସ ପକ୍ଷରୁ ଖେଳୁଥିବା ବାଂଲାଦେଶର ଖେଳାଳି ରିଶାଦ, ଭାରତ-ପାକିସ୍ତାନ ବିବାଦ କାରଣରୁ ଲିଗ୍ ସ୍ଥଗିତ ହେବା ପରେ ବିଦେଶୀ କ୍ରିକେଟରମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ସେ ବିଷୟରେ କହିଛନ୍ତି ।
ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହେବା ପରେ ପିଏସ୍ଏଲ୍ରେ ଥିବା ବିଦେଶୀ ଖେଳାଳିଙ୍କୁ ୟୁଏଇ ନିଆଯାଇଥିଲା, ଯେଉଁଠାରୁ ସେମାନଙ୍କୁ ସେମାନଙ୍କ ଶେଷ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବିମାନ ବୁକିଂ କରାଯାଇଥିଲା । ପିସିବି ଅଧ୍ୟକ୍ଷ ମୋହସିନ ନକଭି, ଯିଏ କି ପାକିସ୍ତାନ ସରକାରଙ୍କ ଆଭ୍ୟନ୍ତରୀଣ ମନ୍ତ୍ରୀ ମଧ୍ୟ, ସେ ବିଦେଶୀ ଖେଳାଳିମାନେ ପାକିସ୍ତାନ ଫେରିବା ପୂର୍ବରୁ ବିଦେଶୀ କ୍ରିକେଟର ଏବଂ ପିଏସ୍ଏଲ୍ର ଫ୍ରାଞ୍ଚାଇଜ ମାଲିକଙ୍କ ସହ ଏକ ବୈଠକ କରିଥିଲେ । ଏକ ସାକ୍ଷାତକାରରେ ରିଶାଦ କହିଥିଲେ, କିୱି କ୍ରିକେଟର ଡାରିଲ୍ ମିଚେଲ୍ ଏବଂ ଇଂଲଣ୍ଡର ଟମ୍ କୁରାନ୍ଙ୍କ ଭଳି ବିଦେଶୀ ଖେଳାଳି ଯେତେବେଳେ ଜାଣିବାକୁ ପାଇଲେ ସେମାନଙ୍କ ଚାର୍ଟର୍ ବିମାନ ଉଡ଼ାଣ ଆରମ୍ଭ କରିବାର ୨୦ ମିନିଟ୍ ପୂର୍ବରୁ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ସେତେବେଳେ ବାଂଲାଦେଶୀ ଅଲରାଉଣ୍ଡର ଦାବି କରିଛନ୍ତି ମିଚେଲ ତାଙ୍କୁ କହିଥିଲେ ସେ ଆଉ ପାକିସ୍ତାନ ଯିବେ ନାହିଁ ଏବଂ ଟମ୍ କୁରାନ୍ କାନ୍ଦିବା ଆରମ୍ଭ କରିଥିଲେ । ବାଂଲା କ୍ରିକେଟର ରିସାଦଙ୍କ ଉପରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାପ ସୃଷ୍ଟି କରିବାରୁ ରିସାଦ ଏବେ ତାଙ୍କ ମତକୁ ଅନ୍ୟଥା ବିବାଦ କରାଯାଉଛି ବୋଲି ଦର୍ଶାଇଛନ୍ତି ।