ଭାରତୀୟ କ୍ରିକେଟର ବରୁଣ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ବୟାନ: କହିଲେ, ୨୦୨୧ ଟି-୨୦ ବିଶ୍ବକପରେ ଖରାପ ପ୍ରଦର୍ଶନ ପାଇଁ ମୋତେ ମିଳିଥିଲା ଧମକପୂର୍ଣ୍ଣ କଲ୍

Advertisment

ଚାମ୍ପିୟନ୍ସ ଟ୍ରଫିରେ ଭାରତ ବିଜୟୀ ହେବା ପଛରେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଅବଦାନ ବହୁତ ରହିଥିଲା । ଟିକେ ପଛକୁ ଫେରିଆସନ୍ତୁ,୨୦୨୧ ଟି-୨୦ ବିଶ୍ବକପରେ ସମାନ ଦୁବାଇ ଭେନ୍ୟୁରେ ଡେବ୍ୟୁ କରିଥିଲେ ବରୁଣ ହେଲେ ୱିକେଟ ପାଇନଥିଲେ ଏବଂ ୩ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ଡାକରା ଆସିନଥିଲା ।

fe

Photograph: (kanak news)

କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଭାରତ ବିଜୟୀ ହେବା ପଛରେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଅବଦାନ ବହୁତ ରହିଥିଲା । ଟିକେ ପଛକୁ ଫେରିଆସନ୍ତୁ,୨୦୨୧ ଟି-୨୦ ବିଶ୍ବକପରେ ସମାନ ଦୁବାଇ ଭେନ୍ୟୁରେ ଡେବ୍ୟୁ କରିଥିଲେ ବରୁଣ ହେଲେ ୱିକେଟ ପାଇନଥିଲେ ଏବଂ ୩ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ଡାକରା ଆସିନଥିଲା । ଏକ ସାକ୍ଷତାକାରରେ ବରୁଣ କହିଥିଲେ, ୨୦୨୧ ଟି-୨୦ ବିଶ୍ୱକପ୍ ବିଷୟରେ କହିବାକୁ ଗଲେ, ଏହା ମୋ ପାଇଁ ବହୁତ ଖରାପ ସମୟ ଥିଲା।’ ମୁଁ ଡିପ୍ରେସନରେ ଥିଲି। ଭାରତ ନଫେରିବାକୁ ମତେ କଲ ଆସିଥିଲା । ଲୋକମାନେ ମୋ ଘରକୁ ଆସୁଥିଲେ। ସେମାନେ ମୋତେ ପିଛା କରୁଥିଲେ। ମୋତେ ଲୁଚିବାକୁ ପଡିଲା। ଯେତେବେଳେ ମୁଁ ବିମାନବନ୍ଦରରୁ ଫେରୁଥିଲି, କିଛି ଲୋକ ବାଇକରେ ମୋ ପଛେ ପଛେ ଯାଉଥିଲେ। କିନ୍ତୁ ଯେତେବେଳେ ମୁଁ ସେହି ଜିନିଷଗୁଡ଼ିକୁ ଦେଖେ ଏବଂ ଏବେ ପାଉଥିବା ପ୍ରଶଂସାକୁ ଦେଖେ, ମୁଁ ଖୁସି ଅନୁଭବ କରେ ବୋଲି ବରୁଣ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe