କନକ ବ୍ୟୁରୋ: ପୁଣି ବିଶ୍ବ ଦରବାରରେ ଟ୍ରମ୍ପଙ୍କ ମୁଖା ଖୋଲିଛି । ପୁଣି ତାଙ୍କର ମୁହଁଫୁଟାଣି ଭାଙ୍ଗିଛି । ଇରାନକୁ ନେଇ ଯେଉଁ ଦାବି କରିଛନ୍ତି ସେହି ଦାବିକୁ ମିଥ୍ୟା ବୋଲି କହିଛି ଇରାନ । ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଇରାନ ପ୍ରତ୍ୟାଖ୍ୟାନ କରିଛି । ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କର ଗୋଟିଏ ଦସ୍ତଖତ ତେହେରାନରେ ୮୦୦ରୁ ଅଧିକ କଏଦୀଙ୍କ ମୃତ୍ୟୁଦଣ୍ଡକୁ ରୋକି ଦେଇଛି । ଆଉ ଟ୍ରମ୍ପଙ୍କ ଏହି ଦାବି ପରେ ପ୍ରତିକ୍ରିୟା ରଖିଛି ଇରାନ । ଇରାନର ନ୍ୟାୟପାଳିକା ଟ୍ରମ୍ପଙ୍କ ଏହି ବୟାନକୁ "ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରମିତ କଲାଭଳି ମନ୍ତବ୍ୟ" ବୋଲି କହିଛି, ଏପରି କିଛି ଘଟିନାହିଁ ବୋଲି ଇରାନ କହିଛି ।
ଅଧିକ ପଢନ୍ତୁ: ଟ୍ରମ୍ପଙ୍କ ଗାଜା ଶାନ୍ତି ବୋର୍ଡ଼ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲା ଭାରତ
ଇରାନର ସର୍ବୋଚ୍ଚ ପବ୍ଲିକ ପ୍ରସିକ୍ୟୁଟର କହିଛନ୍ତି, ଟ୍ରମ୍ପଙ୍କ ଦାବି ଯେ ତେହେରାନ ୮୦୦ ପ୍ରତିବାଦକାରୀ କଏଦୀଙ୍କ ମୃତ୍ୟୁଦଣ୍ଡକୁ ରୋକିଦେଇଛି । କିନ୍ତୁ ଟ୍ରମ୍ପଙ୍କ ଏହି ବୟାନ "ସମ୍ପୂର୍ଣ୍ଣ ମିଥ୍ୟା"। ସେ କହିଛନ୍ତି, ଏପରି କୌଣସି ସଂଖ୍ୟା ନାହିଁ ଏବଂ ନ୍ୟାୟପାଳିକା ଦ୍ୱାରା ଏପରି କୌଣସି ନିଷ୍ପତ୍ତି ନିଆଯାଇନାହିଁ । ୮୦୦ ଲୋକଙ୍କୁ ଫାଶୀ ଦେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । 'ଇରାନରେ ହଜାର ହଜାର ଲୋକ ନିହତ' ଆମେରିକାର ଜଣେ ମାନବାଧିକାର କର୍ମୀଙ୍କ କହିବା ଅନୁସାରେ, ଇରାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଫଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ହଜାର ହଜାର ଗିରଫ ହୋଇଛନ୍ତି । "ଇରାନରେ ମୃତ୍ୟୁ ସଂଖ୍ୟା ୫,୦୦୨ ରେ ପହଞ୍ଚିଛି, ଯେଉଁଥିରେ ପ୍ରଦର୍ଶନକାରୀ, ସୁରକ୍ଷା କର୍ମୀ, ପିଲା ଏବଂ ସାଧାରଣ ନାଗରିକ ସାମିଲ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୬,୮୦୦ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/donald-trump-2026-01-23-17-00-31.jpg)