ମନସ୍କାମନା ପୂରଣ କଲେ ମହାଦେବ : ନାତି , ନାତୁଣୀ ବୋହୂଙ୍କ କାନ୍ଧରେ ଶୈବପୀଠ ଗଲେ ଜେଜେ ମା’

ମାନସିକ ପୂରଣ ପାଇଁ ପବିତ୍ର ଶ୍ରାବଣ ମାସରେ ଜେଜେ ମା’ଙ୍କୁ ନେଇ ଲୋକନାଥଙ୍କ ପୀଠକୁ ଯାଉଛନ୍ତି ନାତି , ନାତୁଣୀ ବୋହୂ । ସାଙ୍ଗରେ ଅଛନ୍ତି ଅଣନାତି , ଅଣନାତୁଣୀ ଏବଂ ଗ୍ରାମର କିଛି ବ୍ୟକ୍ତି ।

Granny 1

Granny 1 Photograph: (kanakNews)

କନକ ବ୍ୟୁରୋ : ଜେଜେ ମା’ ଯାଚିଥିଲେ ନାତିର ପୁଅଟିଏ ହେଲେ ଦେବ ଦେବ ମହାଦେବଙ୍କୁ ଜଳଲାଗି କରିବେ । ସଦାଶିବ ପ୍ରାର୍ଥନା ଶୁଣିଲେ , ନାତୁଣୀ ବୋହୂ କୋଳରେ ପୁଅଟିଏ ଦେଲେ । ମାନସିକ ପୂରଣ ପାଇଁ ପବିତ୍ର ଶ୍ରାବଣ ମାସରେ ଜେଜେ ମା’ଙ୍କୁ ନେଇ ଲୋକନାଥଙ୍କ ପୀଠକୁ ଯାଉଛନ୍ତି ନାତି , ନାତୁଣୀ ବୋହୂ । ସାଙ୍ଗରେ ଅଛନ୍ତି ଅଣନାତି , ଅଣନାତୁଣୀ ଏବଂ ଗ୍ରାମର କିଛି ବ୍ୟକ୍ତି ।   

ପୁରୀ ଜିଲ୍ଲା ପିପିଲି ବ୍ଲକର ତେଇଶିପୁର ଗାଁର ଅର୍ଜୁନ ସ୍ବାଇଁ । ଅନେକ ଚେଷ୍ଟା ସତ୍ତ୍ବେ ପୁତ୍ର ସନ୍ତାନଟିଏ ନଥିବାରୁ ପ୍ରଭୁ ନୀଳକଣ୍ଠଙ୍କୁ ସୁମରି ପାଣିଭାର ଢାଳିବାକୁ ଯାଚିଥିଲେ ଜେଜେ ମା’ । ପୁଅ ହେଲା ପରେ ଜେଜେ ମା’ଙ୍କ ମାନସିକ ପୂରଣ କରିବାକୁ ନାତିଙ୍କ ପ୍ରୟାସ । ଜେଜେ ମା’ଙ୍କୁ ଭାରରେ ବୋହି ପୁରୀ ଶ୍ରୀ ଲୋକନାଥ ମନ୍ଦିରକୁ ପାଣି ଢାଳିବା ପାଇଁ ଯାଉଛନ୍ତି ଅର୍ଜୁନ। ନାତିର ପୁଅଟିଏ ହେଉ ବୋଲି ମାନସିକ କରିଥିଲେ ଜେଜେ ମା’ । ପୁଅ ହେବା ପରେ ମାନସିକ ପୂରଣ ପାଇଁ ମନସ୍ଥ କରିଥିଲେ । ବୟସ ଅଧିକ ହୋଇଥିବା କାରଣରୁ ନିଜେ ଅକ୍ଷମ ତେଣୁ ନାତି ଏବଂ ନାତୁଣୀ ବୋହୂ ଜେଜେ ମା’ଙ୍କ ଇଚ୍ଛାକୁ ପୂରଣ କରୁଛନ୍ତି । ପୂର୍ଣ୍ଣମୀ ଦିନରୁ କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଇ ପାଣି ଢାଳ ବାନ୍ଧି , ଜେଜେ ମା’ଙ୍କୁ ଭାରରେ ବସାଇ ପୁରୀ ଶ୍ରୀ ଲୋକନାଥ ମନ୍ଦିରକୁ ଯାତ୍ରା କରୁଛନ୍ତି ପରିବାର ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe