କନକ ବ୍ୟୁରୋ : ଜେଜେ ମା’ ଯାଚିଥିଲେ ନାତିର ପୁଅଟିଏ ହେଲେ ଦେବ ଦେବ ମହାଦେବଙ୍କୁ ଜଳଲାଗି କରିବେ । ସଦାଶିବ ପ୍ରାର୍ଥନା ଶୁଣିଲେ , ନାତୁଣୀ ବୋହୂ କୋଳରେ ପୁଅଟିଏ ଦେଲେ । ମାନସିକ ପୂରଣ ପାଇଁ ପବିତ୍ର ଶ୍ରାବଣ ମାସରେ ଜେଜେ ମା’ଙ୍କୁ ନେଇ ଲୋକନାଥଙ୍କ ପୀଠକୁ ଯାଉଛନ୍ତି ନାତି , ନାତୁଣୀ ବୋହୂ । ସାଙ୍ଗରେ ଅଛନ୍ତି ଅଣନାତି , ଅଣନାତୁଣୀ ଏବଂ ଗ୍ରାମର କିଛି ବ୍ୟକ୍ତି ।
ପୁରୀ ଜିଲ୍ଲା ପିପିଲି ବ୍ଲକର ତେଇଶିପୁର ଗାଁର ଅର୍ଜୁନ ସ୍ବାଇଁ । ଅନେକ ଚେଷ୍ଟା ସତ୍ତ୍ବେ ପୁତ୍ର ସନ୍ତାନଟିଏ ନଥିବାରୁ ପ୍ରଭୁ ନୀଳକଣ୍ଠଙ୍କୁ ସୁମରି ପାଣିଭାର ଢାଳିବାକୁ ଯାଚିଥିଲେ ଜେଜେ ମା’ । ପୁଅ ହେଲା ପରେ ଜେଜେ ମା’ଙ୍କ ମାନସିକ ପୂରଣ କରିବାକୁ ନାତିଙ୍କ ପ୍ରୟାସ । ଜେଜେ ମା’ଙ୍କୁ ଭାରରେ ବୋହି ପୁରୀ ଶ୍ରୀ ଲୋକନାଥ ମନ୍ଦିରକୁ ପାଣି ଢାଳିବା ପାଇଁ ଯାଉଛନ୍ତି ଅର୍ଜୁନ। ନାତିର ପୁଅଟିଏ ହେଉ ବୋଲି ମାନସିକ କରିଥିଲେ ଜେଜେ ମା’ । ପୁଅ ହେବା ପରେ ମାନସିକ ପୂରଣ ପାଇଁ ମନସ୍ଥ କରିଥିଲେ । ବୟସ ଅଧିକ ହୋଇଥିବା କାରଣରୁ ନିଜେ ଅକ୍ଷମ ତେଣୁ ନାତି ଏବଂ ନାତୁଣୀ ବୋହୂ ଜେଜେ ମା’ଙ୍କ ଇଚ୍ଛାକୁ ପୂରଣ କରୁଛନ୍ତି । ପୂର୍ଣ୍ଣମୀ ଦିନରୁ କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଇ ପାଣି ଢାଳ ବାନ୍ଧି , ଜେଜେ ମା’ଙ୍କୁ ଭାରରେ ବସାଇ ପୁରୀ ଶ୍ରୀ ଲୋକନାଥ ମନ୍ଦିରକୁ ଯାତ୍ରା କରୁଛନ୍ତି ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/07/14/granny-1-2025-07-14-13-16-46.jpg)