କନକ ବ୍ୟୁରୋ :ବାଲେଶ୍ୱରର ୨୭ନମ୍ବର ୱାର୍ଡ... ୱାର୍ଡର ଚୂନ ଭାଟିରେ ରହିଛି ଡମ୍ପିଂୟ।ର୍ଡ । ପ୍ରତିଦିନ ୫୦ରୁ ଅଧିକ ଟ୍ରାକ୍ଟର ଟ୍ରିପରେ ଅଳିଆ ଆସି ଗଦା ହେଉଛି । ଅଳିଆ ଆବର୍ଜନାର ପାହାଡ଼ ଭଳି ଗଦା ହେଲାଣି, କିନ୍ତୁ ପାଚେରୀ ନ ଥିବାରୁ ଅଳିଆ ପାହାଡ଼ ଧସି ହୋଇ ରାସ୍ତାରେ ଜମା ହେଉଛି । ଜୋର୍ ପବନ ହେଲେ ଆବର୍ଜନା ଉଡ଼ି ଏଣେତେଣେ ପଡୁଛି । ଆଉ ବର୍ଷା ହେଲେ ଦୟନୀୟ ସ୍ଥିତି । ରାସ୍ତାରେ ଚାଲିବା ମୁସ୍କିଲ୍ । ଛୋଟ ପିଲାମାନେ ମଧ୍ୟ ଏଇ ପଚପଚ ରାସ୍ତାରେ ସ୍କୁଲ୍ ଯାଉଛନ୍ତି । ଡମ୍ପିଂୟ।ର୍ଡକୁ ଲାଗିକି ଥିବା ବସ୍ତିବାସିନ୍ଦା ବେଶି କଲବଲ ହେଉଛନ୍ତି ।
ଦୁଃଖ ଦେଉଛି ଦୁର୍ଗନ୍ଧ
ଦୁର୍ଗନ୍ଧ ଓ ସଂକ୍ରମଣ ଯୋଗୁ କଲବଲ ଲୋକ । ଅବସ୍ଥା ଏମିତି ଯେ, ଅଳିଆ ଗାଡ଼ି ଯିବାକୁ ବାଟ ନାହିଁ, ଫଳରେ ରାସ୍ତାରେ ଗଦା ହେଉଛି ଅଳିଆ । ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ନାନା ରୋଗର ଶିକାର ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଡର୍ମିଂୟାର୍ଡ ଚାରିପଟେ ପାଚେରୀ କରାଯିବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଦୁର୍ଗନ୍ଧ ଓ ଆବର୍ଜନା ପାଣି ଯୋଗୁ ମହାପାତ୍ର ସାହି, ଗୋପାଳ ଗାଁ, ମାନିଖମ୍ୱ, ତଳସାହି ଲୋକେ ମଧ୍ୟ କଲବଲ ହେଉଛନ୍ତି । ଏନେଇ ବାରମ୍ୱାର ଗୁହାରି କଲେ ମଧ୍ୟ କେହି ଶୁଣୁନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/28/40-2025-07-28-19-35-09.jpg)