କନକବ୍ୟୁରୋ : ଓଲିଉଡ୍ର ଲୋକପ୍ରିୟ ଅଭିନେତା ହରିହର ମହାପାତ୍ର ଓରଫ ହରିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହାର କାହାଣୀକାର ହେଲେ ଡକ୍ଟର ମୋନାଲିସା ମହାପାତ୍ର । ହରିହର ମହାପାତ୍ର ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିବା ସହ ନିର୍ଦ୍ଦେଶନା ବି ଦେଇଛନ୍ତି । ‘ରୁମ୍କୁ ଝୁମାନା’, ‘ଧୋରେ ବାବୁ ଧୋ’ ଓ ‘ଭଗିଆ ଭାରିଯା’ ପରେ ସେ ଏଥିରେ ପୁଣି ଥରେ ନାୟକ ଭୂମିକାରେ ନଜର ଆସିବେ ।
ଏହାର ଅଡିଓ ମଧ୍ୟ ରିଲିଜ ହୋଇଯାଇଛି , ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, କୁନା ତ୍ରିପାଠୀ ଓ ସାତ୍ୟକୀ ମିଶ୍ରଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । ଲି ବ୍ଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାର ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାଶ । ସୁବାସ ସାହୁ ଏହାର ପ୍ରଯୋଜକ । ଅଭିନେତା ଆକାଶ ଦାସ ନାୟକ, ବିଜେପିର ବରିଷ୍ଠ କର୍ମକର୍ତ୍ତା ସମୀର ମହାନ୍ତି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ସମେତ ଲେଖକ, ନିର୍ଦ୍ଦେଶକ ହରିହର ମହାପାତ୍ର, ପ୍ରଯୋଜକ, ଅଭିନେତା କୁନା ତ୍ରିପାଠୀ ଓ ପ୍ରମୁଖ ସେଲିବ୍ରିଟି ଉପସ୍ଥିତ ଥିଲେ । ତେବେ ଲୀ ବ୍ଲିଶ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଛି ଏହି ଓଡ଼ିଆ ସିନେମା ।
ବିଶେଷ କରି ପ୍ରଥମ ଥର ମହାପ୍ରଭୁ ଜଗନାଥଙ୍କର ଏକ ଚରିତ୍ର ଏଥିରେ ଦେଖିବାକୁ ମିଳିବ । ନାୟକଙ୍କ ବନ୍ଧୁ ଭୂମିକାରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ରଟି ୨୦୨୨ ରୁ ପ୍ରସ୍ତୁତି ହୋଇଥିବା ବେଳେ ଏହି ଚଳିତ ବର୍ଷ ମହାପ୍ରଭୁଙ୍କ ବାହୁଡ଼ା ଉପଲକ୍ଷେ ଜୁଲାଇ 4ରେ ରିଲିଜ ହେବ ।