କନକ ବ୍ୟୁରୋ : ଅନେକଙ୍କର ସ୍ୱପ୍ନ ଥାଏ , ଜୀବନରେ ଥରେ ହେଲେ ବି ବିମାନରେ ଯାତ୍ରା କରିବେ । ବାଦଲକୁ ପାଖରୁ ଦେଖିବେ । ଏକ ନୂଆ ଅନୁଭୂତି ପାଇବେ । ଏଭଳି ସ୍ୱପ୍ନକୁ ପୂରା କରୁଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାଉଣ୍ଡଟେବୁଲ ଭୁବନେଶ୍ୱର । ଭୁବନେଶ୍ୱର ଆଦୃତ ଚିଲଡ୍ରେନ ହୋମର ୩୦ ଜଣ ଅନ୍ତେବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିମାନ ଯାତ୍ରାର ସୁଯୋଗ ଦେଇଛି ଏହି ଅନୁଷ୍ଠାନ । ଫ୍ଲାଇଟ ଅଫ ଫାଣ୍ଟାସି କାର୍ଯ୍ୟକ୍ରମ ଅଧୀନରେ ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ବିମାନରେ ଯାତ୍ରା କରିବାର ସୁଯୋଗ ଦେଇଆସୁଛି । ଗତ ୧୫ ବର୍ଷ ଧରି ଏଭଳି ନିଆରା କାର୍ଯ୍ୟକ୍ରମ ସୁଯୋଗ ଦେଇଆସୁଛି ରାଉଣ୍ଡଟେବୁଲ ଭୁବନେଶ୍ୱର । ଏହି ଛାତ୍ରୀମାନେ ଭୁବନେଶ୍ୱରରୁ ରାୟପୁରକୁ ବିମାନ ଯାତ୍ରା କରିଛନ୍ତି । ରାୟପୁରର ଏକ ବଡ ସେଲୁନ ଏହି ଛାତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବ ।
ବିମାନରେ ଯାତ୍ରା କରିବାର ସ୍ୱପ୍ନକୁ ପୂରା କରୁଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାଉଣ୍ଡଟେବୁଲ ଭୁବନେଶ୍ୱର...
ଫ୍ଲାଇଟ ଅଫ ଫାଣ୍ଟାସି କାର୍ଯ୍ୟକ୍ରମ ଅଧିନରେ ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ବିମାନରେ ଯାତ୍ରା କରିବାର ସୁଯୋଗ ଦେଇଆସୁଛି । ଗତ ୧୫ ବର୍ଷ ଧରି ଏଭଳି ନିଆରା କାର୍ଯ୍ୟକ୍ରମ ସୁଯୋଗ ଦେଇଆସୁଛି ରାଉଣ୍ଡଟେବୁଲ ଭୁବନେଶ୍ୱର ।
/kanak/media/media_files/2025/06/24/babhdgd-2025-06-24-19-39-20.png)