କନକ ବ୍ୟୁରୋ : ଆଜି ବିଶ୍ୱ ଶ୍ରମିକ ଦିବସ । ଓୟୁଏଟି ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଓଡ଼ିଆ ଶ୍ରମିକ ସାଥୀ ମୋବାଇଲ ଆପ୍ର ଲୋକାର୍ପଣ କରିବେ । ବିଭିନ୍ନ କଲ୍ୟାଣ ବୋର୍ଡ ଜରିଆରେ ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ରାଜ୍ୟବ୍ୟାପୀ ବଣ୍ଟନ କରିବେ ।
ସେହିପରି ଭୁବନେଶ୍ୱରର ଡୁମୁଡୁମା ଓ କଳ୍ପନା ଛକରେ ନିର୍ମିତ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରମିକ ଦିବସ ପୂର୍ବରୁ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଛି । ଏସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୫୦୨ ଟଙ୍କାରୁ ୫୧୨ଟଙ୍କା, କୁଶଳୀ ଶ୍ରମିକଙ୍କର ୫୫୨ଟଙ୍କାରୁ ୫୬୨ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୦୨ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/05/01/pjh0yWdo5yoRbrGlZOnl.jpg)