କନକ ବ୍ୟୁରୋ: କେନ୍ଦୁଝରରେ ହେଟାବାଘ ଆକ୍ରମଣରେ ୨ଜଣ ମହିଳା ଗୁରୁତର । ଧରଣୀଧର ମେଡିକାଲ୍ କଲେଜରେ ଭର୍ତ୍ତି । ସଦର ରେଞ୍ଜ ମୈଦାନକେଲ ପଞ୍ଚାୟତର ତାଳପଦା ଗାଁରେ ଜଣେ ମହିଳା ଓ ଛେମୁଣ୍ଡିବିଲ୍ ଗାଁର ଅନ୍ୟ ଜଣେ ମହିଳା ହେଟାବାଘ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଳପଦା ଗାଁର ରଜ ନାଏକ ଘର ପଛପଟେ ବସିଥିବା ବେଳେ, ହଠାତ୍ ହେଟାବାଘ ଆକ୍ରମଣ କରିଥିଲା । ହେଟାବାଘ, ରଜ ନାଏକଙ୍କ ମୁହଁ, ଜଙ୍ଘ, ଛାତି ଏବଂ ହାତକୁ କାମୁଡ଼ି କ୍ଷତାକ୍ତ କରିଛି । ସେହିପରି ଛେମୁଣ୍ଡିବିଲ୍ ଗାଁର ରୁକ୍ମଣୀ ମହାପାତ୍ର ଛେଳି ଚରାଇବାକୁ ନେଇଥିବା ବେଳେ, ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା ହେଟାବାଘା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଧରଣୀଧର ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।

Advertisment