ହାଇଦ୍ରାବାଦରେ ଘରୋଇ ହିଂସା ମାମଲାକୁ ନେଇ ପୂର୍ବତନ ପତ୍ନୀଙ୍କୁ ଛୁରିଭୁସି ହତ୍ୟା

Advertisment

ଅଭିଯୁକ୍ତ ଜଣକ କାନାଡାରେ ଏକ ଆଇଟି କମ୍ପାନିରେ କାମ କରୁଥିବାବେଳେ ପୂର୍ବତନ ପତ୍ନୀଙ୍କୁ ତାଙ୍କ ଘରେ ପଶି ହତ୍ୟା କରିଥିଲେ। ପୂର୍ବତନ ପତ୍ନୀଙ୍କ ମୁଣ୍ଡକୁ ବାରମ୍ବାର ଛୁରିରେ ଆଘାତ କରିବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଭିଯୁକ୍ତ ଜଣକ କାନାଡାରେ ଏକ ଆଇଟି କମ୍ପାନିରେ କାମ କରୁଥିବାବେଳେ ପୂର୍ବତନ ପତ୍ନୀଙ୍କୁ ତାଙ୍କ ଘରେ ପଶି ହତ୍ୟା କରିଥିଲେ। ପୂର୍ବତନ ପତ୍ନୀଙ୍କ ମୁଣ୍ଡକୁ ବାରମ୍ବାର ଛୁରିରେ ଆଘାତ କରିବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

murder

murder Photograph: (kanak news)

କନକ ବ୍ୟୁରୋ : ନିଜ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇଥିବା ଯୋଗୁ ହାଇଦ୍ରାବାଦର ଜଣେ ବ୍ୟକ୍ତି କର୍ମକ୍ଷେତ୍ର କାନାଡାକୁ ଫେରି ପାରୁନଥିବାରୁ ଉତ୍‌କ୍ଷୀପ୍ତ ହୋଇ ପୂର୍ବତନ ପତ୍ନୀଙ୍କୁ ଅତି ନିର୍ମମ ଭାବେ ଛୁରିଭୁସି ହତ୍ୟା କରିଛନ୍ତି। ଅଭିଯୁକ୍ତ ଜଣକ କାନାଡାରେ ଏକ ଆଇଟି କମ୍ପାନିରେ କାମ କରୁଥିବାବେଳେ ପୂର୍ବତନ ପତ୍ନୀଙ୍କୁ ତାଙ୍କ ଘରେ ପଶି ହତ୍ୟା କରିଥିଲେ। ପୂର୍ବତନ ପତ୍ନୀଙ୍କ ମୁଣ୍ଡକୁ ବାରମ୍ବାର ଛୁରିରେ ଆଘାତ କରିବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ନିଜ ମା’ର ମୃତ୍ୟୁ ପାଇଁ ମଧ୍ୟ ପୂର୍ବତନ ପତ୍ନୀଙ୍କୁ ଦାୟୀ କରିଛନ୍ତି। ବାନସ୍ଥଳୀପୁରମ ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ସେଠାରେ ଏକ କକ୍ଷରେ ନିଜକୁ ବନ୍ଦ କରିଦେଇଥିବା ଦେଖିବାକୁ ପାଇଥିଲା। ଉଭୟ ମୃତକ ଓ ଅଭିଯୁକ୍ତଙ୍କ ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ।

ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ ୨୦୨୨ ମସିହାରେ ବିବାହ କରିଥିଲେ। ପରେ ଅଭିଯୁକ୍ତ ଚାକିରି ପାଇଁ କାନାଡା ଚାଲି ଯାଇଥିଲେ। ଏହାର କିଛି ଦିନ ପରେ ମହିଳା ସେହି ଆଇଟି କମ୍ପାନିରେ ଯୋଗଦେଇଥିଲେ। କିନ୍ତୁ ସେଠାରେ ଦମ୍ପତିଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ଓ ମହିଳା ଜଣକ ଭାରତ ଫେରିଆସିଥିଲେ। ମହିଳା ଭାରତ ଆସିବା ପରେ ମହାରାଷ୍ଟ୍ରରେ ଅଭିଯୁକ୍ତଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ କରିଥିଲେ। ପରେ ୨୦୨୪ରେ ମହିଳାଙ୍କର ଛାଡ଼ପତ୍ର ହୋଇଥିଲା ଓ ଏପ୍ରିଲ ୨୦୨୫ ରେ ଅନ୍ୟ ଆଡ଼େ ବିବାହ କରିଥିଲେ। ମାର୍ଚ୍ଚ ୨୦୨୫ରେ ଅଭିଯୁକ୍ତ ମା’ଙ୍କ ମୃତ୍ୟୁ ପରେ ଭାରତ ଫେରିଥିଲେ। ତେବେ ତାଙ୍କ ନାଁରେ ଘରୋଇ ହିଂସା ମାମଲା ଥିବାରୁ ଏକ ଲୁକ୍‌ ଆଉଟ୍‌ ସର୍କିଲାର ଜାରି ହୋଇଥିଲା। ଫଳରେ ତାଙ୍କ ପାସପୋର୍ଟ ଜବତ କରାଯାଇଥିଲା ଓ ସେ କାନାଡ଼ା ଫେରି ପାରିନଥିଲେ। ଅଭିଯୁକ୍ତ ବେରୋଜଗାର ହୋଇଯାଇଥିଲେ।

ସେ ତେଲଙ୍ଗାନାର ପେଡାପାଲ୍ଲି ଜିଲ୍ଲାରେ ବାପାମା’ଙ୍କ ଘରେ ରହୁଥିଲେ। ପୂର୍ବତନ ପତ୍ନୀଙ୍କ କାରଣରୁ ସେ ଓ ତାଙ୍କ ପରିବାର ଏତେ କଷ୍ଟ ଭୋଗୁଥିବା ଓ ମାନସିକ ଚିନ୍ତାରେ ତାଙ୍କ ମା’ର ମୃତ୍ୟୁ ହୋଇଥିବା ମନେ କରୁଥିଲେ। ତେଣୁ ପୂର୍ବତନ ପତ୍ନୀଙ୍କୁ ହତ୍ୟା କରିବାକୁ ମନସ୍ଥ କରି ସେ ସାମାଜିକ ଗଣମାଧ୍ୟମରୁ ତାଙ୍କ ଠିକଣା ସଂଗ୍ରହ କରିଥିଲେ। ଅଭିଯୁକ୍ତ ଦୁଇ ମାସ ତଳେ ହାଇଦ୍ରାବାଦ ଯିବା ସହିତ ଏକ ହଷ୍ଟେଲରେ ରହୁଥିଲେ। ବୁଧବାର ସେ ମହିଳାଙ୍କ ଆପାର୍ଟମେଣ୍ଟକୁ ଦୁଇଟି ଛୁରି ଥିବା ଏକ ବ୍ୟାଗ ନେଇ ଯାଇଥିଲେ ଓ ସେ ରହୁଥିବା କକ୍ଷରେ ପ୍ରବେଶ କରି ଏହାକୁ ଭିତରୁ ବନ୍ଦ କରିଦେଇଥିଲେ। ସେ ନେଇଥିବା ଛୁରିରେ ମହିଳାଙ୍କ ମୁଣ୍ଡକୁ ବହୁବାର ଆଘାତ ଦେଇଥିଲେ। ସେହି ସମୟରେ ମହିଳାଙ୍କ ଶାଶୂ ବାଲକୋନିରେ ଥିଲେ ଓ ପୁଲିସକୁ ତୁରନ୍ତ ଖବର ଦେଇଥିଲେ। ଅଭିଯୁକ୍ତ କକ୍ଷ ଚାରି ପାଖରେ ପେଟ୍ରୋଲ ଢାଳି ନିଜକୁ ଶୌଚାଳୟରେ ବନ୍ଦ କରିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe