କନକ ବ୍ୟୁରୋ: ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା ସ୍ବାମୀ । ପ୍ରମାଣ ଲୁଚାଇବାକୁ ଶରୀରର କଟା ଖଣ୍ଡକୁ ପ୍ରେସର କୁକରରେ ସିଝାଇଲା । ଏଭଳି ଲୋମହର୍ଷଣକାରୀ ଘଟଣା ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୪୫ ବର୍ଷୀୟ ଗୁରୁ ମୂର୍ତ୍ତି ନାମକ ବ୍ୟକ୍ତି ନିଜ ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଆଉ ପୋଲିସ ଜେରାବେଳେ ସବୁ କଥା ସ୍ବୀକାର କରିଛନ୍ତି ଗୁରୁ ମୂର୍ତ୍ତି ।

Advertisment

ଜାନୁଆରୀ ୧୬ ତାରିଖରୁ ମାଧବୀ ନିଖୋଜ ଥିବା ତାଙ୍କ ପରିବାର ଲୋକେ ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜା ଖୋଜି ପରେ ବି ମାଧବୀଙ୍କ ପତ୍ତା ନମିଳିବାରୁ ସ୍ବାମୀ ଗୁରୁଙ୍କୁ ନେଇ ଜେରା କରିଥିଲା ହାଇଦ୍ରାବାଦ ପୋଲିସ । ଆଉ ପୋଲିସ ଜେରାବେଳେ ସେ ନିଜ ଦୋଷ ସ୍ବୀକାର କରିଛନ୍ତି ।