ସ୍ବାମୀ ବେଶରେ ସଇତାନ । କେବେ ସ୍ତ୍ରୀକୁ ମାରି କୁକରରେ ସିଝାଉଛି । କେବେ ଖଣ୍ଡ ଖଣ୍ଡ ମାଂସ ଫ୍ରିଜରେ ରଖୁଛି

ସମାଜରେ ପଶୁତ୍ବର ଛାପ ଏମିତି ପଡ଼ିଲାଣି ଯେ ନିଜ ଲୋକଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହିଁ ମଣିଷ। ଯିଏ କେବେ ମନର ମଣିଷ ଥିଲା ଯାହାକୁ ଏତେ ଭଲ ପାଇ ବିବାହ କରିଥିଲେ ତାକୁ ସାମାନ୍ୟ ଝଗଡ଼ାରେ ଟିକିଟିକି କରି କାଟି ଦେଉଛି ସଇତାନ ସ୍ବାମୀ । କ୍ରୁରତାର ସୀମା ଏଇଠି ସରୁନି ଆଜ୍ଞା ସେହି ମାଂସଖଣ୍ଡକୁ ପ୍ରେସରରେ ସିଝାଇ ଅସୁରତ୍ବର ଡିଣ୍ଡିମ ପିଟୁଛି ହାଡ଼ମାଂସଧାରୀ ମଣିଷ ।

ଅଦ୍ୟତନ ହୋଇଛି
3356566

ସମାଜରେ ପଶୁତ୍ବର ଛାପ ଏମିତି ପଡ଼ିଲାଣି ଯେ ନିଜ ଲୋକଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହିଁ ମଣିଷ । ଯିଏ କେବେ ମନର ମଣିଷ ଥିଲା ଯାହାକୁ ଏତେ ଭଲ ପାଇ ବିବାହ କରିଥିଲେ ତାକୁ ସାମାନ୍ୟ ଝଗଡ଼ାରେ ଟିକିଟିକି କରି କାଟି ଦେଉଛି ସଇତାନ ସ୍ବାମୀ । କ୍ରୁରତାର ସୀମା ଏଇଠି ସରୁନି ଆଜ୍ଞା ସେହି ମାଂସଖଣ୍ଡକୁ ପ୍ରେସରରେ ସିଝାଇ ଅସୁରତ୍ବର ଡିଣ୍ଡିମ ପିଟୁଛି ହାଡ଼ମାଂସଧାରୀ ମଣିଷ । 

sdefrwesrfwe

ନିକଟରେ ତେଲେଙ୍ଗାନାର ଜଣେ ପୂର୍ବ ସୈନିକ ଗୁରୁମୂର୍ତ୍ତି ନିଜ ସ୍ତ୍ରୀ ଭେଙ୍କଟ୍ ମାଧବୀଙ୍କୁ ସାମାନ୍ୟ ଝଗଡ଼ାରୁ ଜୀବନରୁ ମାରି ଖଣ୍ଡ ଖଣ୍ଡ କରି ପ୍ରେସରରେ ସିଝାଇ ଦେବା ଘଟଣା ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ତ୍ରୀଙ୍କ ଖଣ୍ଡ ଖଣ୍ଡ ଶରୀରର ସିଝା ମାଂସକୁ ପଲିଥିନ୍ ରେ ରଖି ଚନ୍ଦନ ହ୍ରଦରେ ଫୋପାଡିଛି ଏହି ସଇତାନ ସ୍ବାମୀ । ପୁଲିସ୍ ନଜରରୁ ଖସିବାକୁ ଶାଶୂ-ଶ୍ବଶୁରଙ୍କ ସହ ଥାନାରେ ଯାଇ ସ୍ତ୍ରୀ ନିଖୋଜ ହେବାର ଏତଲା ଦେଉଛି ଏ ସ୍ତ୍ରୀହନ୍ତା ରାକ୍ଷସ । କିନ୍ତୁ ଆଇନର ଲମ୍ବା ହାତ ଆଗରେ ହାରିଛି ଅପରାଧୀର ଚାଲାକି । ଶେଷରେ ଧରାପଡ଼ିଛି ସ୍ତ୍ରୀକୁ ନୃଶଂସ କରି ମାରିଥିବା ସ୍ବାମୀ । 

100949572

ଏଭଳି ଘଟଣା ନୂଆ ନୁହଁ ଆଜ୍ଞା , ପ୍ରେସରରେ ମଣିଷ ମାଂସ ସିଝାଇବା ଘଟଣା ପ୍ରତିବର୍ଷ ଘଟିଲା ପରି ଘଟୁଛି । ପ୍ରଶ୍ନ ଉଠୁଛି , ମଣିଷ ଏତେ ତଳକୁ ଖସୁଛି କେମିତି? ୨୦୨୩ ଜୁନ୍ ମାସରେ ମହାରାଷ୍ଟ୍ରରୁ ସମାନ୍ତର ଭାବେ ଏକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ୫୬ ବର୍ଷୀୟ ମନୋଜ୍ ନାମକ ଜଣେ ବ୍ୟକ୍ତି ୩୨ ବର୍ଷୀୟ ନିଜ ଲିଭ୍ ଇନ୍ ପାର୍ଟନର୍ ସରସ୍ବତୀଙ୍କୁ ମାରି ଟୁକୁଡା ଟୁକୁଡା କରି କାଟି ପ୍ରେସରରେ ସିଝାଇବାର ପାପ କରିଥିଲେ । ୩ ବର୍ଷର ସଂପର୍କ ଗୋଟିଏ ଝଗଡ଼ାରୁ ଏତେ ବଡ଼ ହତ୍ୟାକାଣ୍ଡର ରୂପ ନେଇଥିଲା । ଶେଷରେ ଦୂର୍ଗନ୍ଧ ଖୋଲିଥିଲା ହତ୍ୟା ଗୁମର । ଧରାପଡ଼ିଥିଲା ପ୍ରେମିକାହନ୍ତା ପ୍ରେମିକ ।

srdfwerfwerf

ଓଡ଼ିଶା ମଧ୍ୟ ଏହି ତାଲିକାରୁ ବାଦ୍ ପଡ଼ିନି। ପୂର୍ବବର୍ଷର ଶେଷ ଆଡ଼କୁ ପରକୀୟା ପ୍ରୀତି ପାଇଁ ଜଘନ୍ୟ ହତ୍ୟାକାଣ୍ଡ ରଚିଥିଲା ସ୍ବାମୀ । ରାଉରକେଲାରେ ୭ ମାସର ଗର୍ଭବତୀ ସ୍ତ୍ରୀକୁ ବାଟରୁ ହଟାଇବା ପାଇଁ ଗୁଳି କରି ମାରିଥିଲା ସଇତାନ ସ୍ବାମୀ । ପରକୀୟା ପ୍ରେମ ଆଗରେ ଭୁଲିଯାଇଥିଲା ମାନବିକତା । ନିଜେ ଗୁଳି ମାରି ଲୁଟେରା ଲୁଟ୍ କରିବା ବେଳେ ଗୁଳି ମାରିଥିବା କଥା କହିଥିଲା ଅଭିଯୁକ୍ତ । ହେଲେ ଆଇନର ବାଜ ଆଖିରୁ ବଞ୍ଚିପାରିଲାନି ଅପରାଧୀର କଳାକାରନାମା । ଶେଷରେ ପୁଲିସ୍ ଅଭିଯୁକ୍ତ ହାତରେ ବାନ୍ଧିଥିଲା ହାତକଡି ।

କୋରାପୁଟରେ ମଧ୍ୟ ସମାନ ଭଳି ଏକ ଘଟଣା ଘଟିଥିଲା । ପାରିବାରିକ କଳହରେ ଅତିଷ୍ଟ ହୋଇ ସ୍ବାମୀ ରଚିଥିଲା ସ୍ତ୍ରୀ ହତ୍ୟାର ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ରରେ ସାମିଲ୍ ହୋଇଥିଲେ ଅପରାଧୀର ୨ ଜଣ ସାଙ୍ଗ । ଆଧାର କାର୍ଡ ଅପଡେଟ୍ କରିବାକୁ ଯାଇ ଫେରିଲା ବେଳେ ଯୋଜନା ମୁତାବକ ପ୍ରଥମେ ଲୁଟ୍ ଆଉ ତା’ପରେ ହତ୍ୟାର କାହାଣୀ ପୁଲିସକୁ ଶୁଣାଇଥିଲା ଅପରାଧୀ । ହେଲେ ପୁଲିସ୍ ଆଖିରେ ଧୂଳି ଦେଇପାରିଲାନି ଅପରାଧୀ । ୨୪ ଘଣ୍ଟା ଭିତରେ ଅପରାଧୀକୁ ଜେଲର ପବନ ଖୁଆଇଥିଲା ପୁଲିସ୍ । 

dferfwerfwerf


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe