କନକ ବ୍ୟୁରୋ : ଭାରତୀୟ ରେଲୱେ । ବିଶ୍ବର ସର୍ବବୃହତ୍ତ ରେଳ ନେଟୱାର୍କ । ପ୍ରତିଦିନ ପ୍ରାୟ ଅଢେଇ କୋଟି ଲୋକ ଯାତ୍ରା କରନ୍ତି ଟ୍ରେନ୍ରେ । କିନ୍ତୁ ଭାରତୀୟ ରେଳ କେତେ ସମୟରେ ଆସେ ତାହା ତ ଆପଣମାନେ ଉଣାଅଧିକେ ଜାଣିଥିବେ । ସ୍ଥିତି ତ ବେଳେବେଳେ ଏମିତି ହୁଏ କି, ଟ୍ରେନ୍ ଆସିବାର ସମୟ ଥିବ ଦିନ ୧୦ଟା ହେଲେ ଆସିବ ସଂଧ୍ୟା ୫ଟା । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳେ । ହେଲେ ଏବେ ଟ୍ରେନ୍ ବିଳମ୍ବରେ ଆସିଲେ ଯାତ୍ରୀଙ୍କୁ ଟେନସନ ନେବାକୁ ପଡ଼ିବ ନାହିଁ । କାରଣ ହାଇଦ୍ରାବାଦ ଚେରଲ୍ଲାପଲ୍ଲୀ ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ଲାଗି ବଢିଆ ପ୍ରତୀକ୍ଷାଳୟ ଖୋଲାଯାଇଛି । ଯେଉଁଠାରେ ଅପେକ୍ଷାରତ ଯାତ୍ରୀମାନେ ଆରାମ କରିପାରିବେ । ପ୍ରଧାନମନ୍ତ୍ରୀ ଏହି ରେଲୱେ ଷ୍ଟେସନକୁ ଉଦଘାଟନ କରିବା ପରେ ବିମାନ ପ୍ରତୀକ୍ଷାଳୟ ପରି ସୁବିଧା ପାଇବେ ଟ୍ରେନ ଯାତ୍ରୀ ।
ଟ୍ରେନ୍ ଲେଟ୍ ହେଲେ ଆଉ ଟେନସନ୍ ନାହିଁ
ପ୍ରତୀକ୍ଷାଳୟରେ ଆରାମରେ ଅପେକ୍ଷା କରିବେ ଯାତ୍ରୀ
ମାତ୍ର ୫୦୦ ଟଙ୍କାରେ ଲକଜୁରୀ ରୁମ୍
ସଜସଜ ହାଇଦ୍ରାବାଦ ଚେଲ୍ଲାପଲ୍ଲୀ ଷ୍ଟେସନର ଶୁଭ ଉଦଘାଟନ କରିଥିଲେ ମୋଦି । ଲକ୍ଷ୍ୟ ଥିଲା କେମିତି ଯାତ୍ରୀମାନେ ଭଲରେ ସେବା ପାଇବେ । ସେଇଥି ଲାଗି ତ ଏହି ଷ୍ଟେସନରେ ଯାତ୍ରୀଙ୍କୁ ଭଲରେ ସେବା ମିଳଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଯେଉଁମାନଙ୍କ ଟ୍ରେନ୍ ବିଳମ୍ବରେ ଆସୁଛି ସେମାନେ ଷ୍ଟେସନରେ ଥିବା ଲଜଜୁରୀ ରୁମ୍ରେ ୱେଟିଂ କରୁଛନ୍ତି । କୁହାଯାଉଛି କି, ଷ୍ଟେସନରେ ମିଳୁଥିବା ସୁବିଧା କୌଣସି ହୋଟେଲରୁ କମ ନୁହେଁ ।
ଷ୍ଟେସନ ୱେଟିଂ ରୁମ୍ରେ ମିଳୁଛି କି ସୁବିଧା
ରେଲୱେ ଷ୍ଟେସନରେ ଥିବା ରୁମ୍ରେ ଯାତ୍ରୀଙ୍କୁ ଅନେକ ପ୍ରକାର ସୁବିଧା ମିଳୁଛି । ଯେମିତିକି ଭଲ ଖଟ, ତକିଆ, ରେଜେଇ ସହ ମୋବାଇଲ ଚାର୍ଜିଂ ପଏଣ୍ଟ ରହିବା ସହିତ ନିଜସ୍ବ ଲକର ମଧ୍ୟ ଦିଆଯାଇଛି । ହେଲେ ଏହି ସ୍ବତନ୍ତ୍ର କଠୋରୀରେ ଶୌଚାଳୟର ବ୍ୟବସ୍ଥା ନାହିଁ । ଯେଉଁମାନେ ଶୌଚାଳୟ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନେ ଷ୍ଟେସନରେ ଥିବା ଶୌଚାଳୟକୁ ବ୍ୟବହାର କରିପାରିବେ ବୋଲି କୁହାଯାଉଛି । ତେବେ ଏହି ରୁମ୍ରେ ମାତ୍ର ୫୦୦ ଟଙ୍କା ଦେଇ ଟ୍ରେନ୍ ଆସିବା ପର୍ଯ୍ୟନ୍ତ ଯାତ୍ରୀ ବିଶ୍ରାମ କରିପାରିବେ ବୋଲି କୁହାଯାଉଛି ।
ପୁରୁଷ ଓ ମହିଳାଙ୍କ ଲାଗି ଅଲଗା ଅଲଗା ୱେଟିଂ ରୁମ୍
ଷ୍ଟେସନରେ ତିଆରି ହୋଇଥିବା ୱେଟିଂ ରୁମ୍ରେ ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ଅଲଗା ଅଲଗା କଠୋରୀ ନିର୍ମାଣ କରାଯାଇଛି । ଯେଉଁମାନେ ଟଙ୍କା ଦେବେ ସେମାନେ ଏହି ରୁମରେ ରହିପାରିବେ ବୋଲି କୁହାଯାଇଛି ।
କି କି ସୁବିଧା ମିଳିବ ଏହି ରୁମ୍ରେ
ରେଲୱେ ଷ୍ଟେସନରେ ଥିବା କଠୋରୀରେ ଶାନ୍ତ ପରିବେଶରେ ଯାତ୍ରୀ ଆରାମ କରିପାରିବେ ।
ଅପେକ୍ଷାରତ ସମୟରେ ଯାତ୍ରୀଙ୍କୁ ସତେଜ୍ ଓ ସ୍ବାଦିଷ୍ଟ ଖାଦ୍ୟ ମିଳିବ
ବୟସ୍କ ଓ ରୋଗୀଙ୍କ ଲାଗି ଲିଫ୍ଟ ଓ ଏକ୍ସଲେଟରର ବି ସୁବିଧା ରହିଛି
ଗୋଟିଏ ପ୍ଲାର୍ଟଫର୍ମରୁ ଅନ୍ୟ ପ୍ଲାର୍ଟଫର୍ମକୁ ଯିବାକୁ ହେଲେ ଫୁଟ ଓଭରବ୍ରିଜର ବି ସୁବିଧା ରହିଛି
ଇ-ଯାନ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ବି ଏହି ରୁମରେ ଚାର୍ଜ କରିପାରିବେ ।
ମୋଟ୍ ଉପରେ ରେଲୱେ ଷ୍ଟେସନକୁ ବିକଶିତ କରିବା ଦିଗରେ ମୋଦି ସରକାର ଅନେକ ପ୍ରକାର ପଦକ୍ଷେପ ନେଉଛନ୍ତି । କେମିତି ଯାତ୍ରୀମାନେ ବିନା କୌଣସି ଅସୁବିଧାରେ ଯାତ୍ରା କରିବେ ସେନେଇ ଅନେକ ଯୋଜନା ବି କରାଯାଇଛି । ତେଣୁ ହାଇଦ୍ରାବାଦ ଛଡ଼ା ରାଜ୍ୟର ଅନ୍ୟ ଷ୍ଟେସନରେ ବି ଏହି ଲକଜୁରୀ ବ୍ୟବସ୍ଥା କରିବା ଲାଗି ସ୍ଥାନୀୟ ଅଂଚଳରେ ଜୋରଦାର ଦାବି ହେଉଛି ।