କନକ ବ୍ୟୁରୋ:  ଜମ୍ମୁକାଶ୍ମୀର ବିଧାନସଭାରେ ପ୍ରବଳ ହଙ୍ଗାମା । ପରସ୍ପରକୁ ମୁଥମାରି ଲହୁଲୁହାଣ କଲେ ବିଧାୟକ । ନ୍ୟାସନାଲ କନଫେରେନ୍ସ ଓ ବିଜେପି ବିଧାୟକଙ୍କ ମଧ୍ୟରେ ବଡ ସଂଘର୍ଷ ଦେଖିବାକୁ ମିଳିଛି  । ପରିସ୍ଥିତି ଏଭଳି ହୋଇଥିଲା କି ହଟ୍ଟଗୋଳ କରୁଥିବା କିଛି ବିଧାୟକଙ୍କୁ ମାର୍ଶାଲ ଟେକି ନେଇ ବିଧାନସଭାରୁ ବାହାର କରିଦେଇଥିଲେ । ଲଗାତାର ୫ଦିନ ଧରି ଏଭଳି ସ୍ଥିତି ଚାଲିଛି । 

Advertisment

ଆଜି ଗୃହ ଆରମ୍ଭରୁ ବିଜେପି ଧାରା ୩୭୦ ପୁନୁଃସ୍ଥାପିତ ପ୍ରସ୍ତାବକୁ ବିରୋଧ କରି ହଙ୍ଗାମା କରିଥିଲା ।ଏହା ପରେ ନ୍ୟାଶନାଲ କନଫେରେନ୍ସ ବିରୋଧ କରିଥିଲା । ତେବେ କିଛି ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ହଙ୍ଗାମା କରିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ କହିଛନ୍ତି ଏଭଳି ଆଚରଣ ରାଷ୍ଟ୍ରବିରୋଧୀ ହେଲେ  କୌଣସି ପରିସ୍ଥିତିରେ ଫେରିବନି ଧାରା ୩୭୦ ।