ପୁଲିସ ଓ ଶିକ୍ଷକ ମୁହାଁମୁହିଁ ; ଧାରଣାରେ ବସିଥିବାବେଳେ ପିଟିଲା ପୁଲିସ

ପୁଲିସ ଓ ଶିକ୍ଷକଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ । ଚାକିରି ଫେରାଇ ଦେବାକୁ ଧାରଣା ଦେଇଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଠିମାଡ଼ ଅଭିଯୋଗ  । ୨୪ଘଣ୍ଟା ଧରି ଶହ ଶହ ଶିକ୍ଷକଙ୍କ ଆନ୍ଦୋଳନ ଜାରି ।

Kolkata

Kolkata Photograph: (KanakNews)

କନକ ବ୍ୟୁରୋ: ପୁଣି ରାସ୍ତାକୁ ଓହ୍ଲାଇଲେ ଶହ ଶହ ଶିକ୍ଷକ  । କୋଲକାତାରେ ପ୍ରବଳ ହଙ୍ଗାମା । ଗତକାଲିଠୁ ଆରମ୍ଭ ହୋଇଥିବା ଧାରଣା ଆଜି ଉଗ୍ର ରୂପ ନେଇଛି । ପ୍ରାୟ ୨୫ହଜାର ଶିକ୍ଷକ ଚାକିରି ହରାଇବା ପରେ ଏବେ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ସମୟରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିଛି । ଏହି ସମୟରେ କିଛି ଶିକ୍ଷକ ଆହତ ହେବା ସହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଶିକ୍ଷକଙ୍କ ଉପରେ ଲାଠିଚାର୍ଜ କରାଯାଇଥିବା ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe