କନକ ବ୍ୟୁରୋ: ପୁଣି ରାସ୍ତାକୁ ଓହ୍ଲାଇଲେ ଶହ ଶହ ଶିକ୍ଷକ । କୋଲକାତାରେ ପ୍ରବଳ ହଙ୍ଗାମା । ଗତକାଲିଠୁ ଆରମ୍ଭ ହୋଇଥିବା ଧାରଣା ଆଜି ଉଗ୍ର ରୂପ ନେଇଛି । ପ୍ରାୟ ୨୫ହଜାର ଶିକ୍ଷକ ଚାକିରି ହରାଇବା ପରେ ଏବେ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ସମୟରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିଛି । ଏହି ସମୟରେ କିଛି ଶିକ୍ଷକ ଆହତ ହେବା ସହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଶିକ୍ଷକଙ୍କ ଉପରେ ଲାଠିଚାର୍ଜ କରାଯାଇଥିବା ଅଭିଯୋଗ ହୋଇଛି ।
ପୁଲିସ ଓ ଶିକ୍ଷକ ମୁହାଁମୁହିଁ ; ଧାରଣାରେ ବସିଥିବାବେଳେ ପିଟିଲା ପୁଲିସ
ପୁଲିସ ଓ ଶିକ୍ଷକଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ । ଚାକିରି ଫେରାଇ ଦେବାକୁ ଧାରଣା ଦେଇଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଠିମାଡ଼ ଅଭିଯୋଗ । ୨୪ଘଣ୍ଟା ଧରି ଶହ ଶହ ଶିକ୍ଷକଙ୍କ ଆନ୍ଦୋଳନ ଜାରି ।
/kanak/media/media_files/2025/05/16/oql2vJTKFLlE1aF1VHZm.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)