ଲଦାଖରେ ନେପାଳ ସ୍ଥିତି ; ଛାତ୍ର – ପୁଲିସ ମୁହାଁମୁହିଁ

ଲଦାଖରେ ନେପାଳ ଭଳି ପରିସ୍ଥିତି ।  ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ର ।  ପୂର୍ଣ୍ଣ ରାଜ୍ୟ ଦାବିରେ ଜୋରଦାର ପ୍ରତିବାଦ । ଆନ୍ଦୋଳନରତ ଛାତ୍ର ଓ ପୁଲିସ ମୁହାଁମୁହିଁ । ଘର ସହ ଜାଳିଦେଲେ ଯବାନଙ୍କ ଗାଡ଼ି ।

54

କନକ ବ୍ୟୁରୋ: ଲଦାଖରେ ନେପାଳ ଭଳି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ଯୁବ ପିଢ଼ି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ପୁଲିସ ଗାଡ଼ିକୁ  ପୋଡ଼ି ଦେଇଛନ୍ତି ପ୍ରତିବାଦକାରୀ । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଛାତ୍ରମାନେ ପୁଲିସ ସହିତ ସଂଘର୍ଷ କରିଥିଲେ । ସଂଘର୍ଷ ସମୟରେ ଏକ ସିଆରପିଏଫ୍ ଗାଡ଼ି ପୋଡ଼ିଦେଲେ । ଘଟଣାସ୍ଥଳରେ ସିଆରପିଏଫ୍ କର୍ମଚାରୀ ଏବଂ ପୁଲିସ ମୁତୟନ ଅଛନ୍ତି, କିନ୍ତୁ ପରିସ୍ଥିତି ଗୁରୁତର ହେଉଥିବା ପରି ମନେହେଉଛି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଏହି ପ୍ରଦର୍ଶନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe