କନକ ବ୍ୟୁରୋ: ଲଦାଖରେ ନେପାଳ ଭଳି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ଯୁବ ପିଢ଼ି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ପୁଲିସ ଗାଡ଼ିକୁ ପୋଡ଼ି ଦେଇଛନ୍ତି ପ୍ରତିବାଦକାରୀ । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଛାତ୍ରମାନେ ପୁଲିସ ସହିତ ସଂଘର୍ଷ କରିଥିଲେ । ସଂଘର୍ଷ ସମୟରେ ଏକ ସିଆରପିଏଫ୍ ଗାଡ଼ି ପୋଡ଼ିଦେଲେ । ଘଟଣାସ୍ଥଳରେ ସିଆରପିଏଫ୍ କର୍ମଚାରୀ ଏବଂ ପୁଲିସ ମୁତୟନ ଅଛନ୍ତି, କିନ୍ତୁ ପରିସ୍ଥିତି ଗୁରୁତର ହେଉଥିବା ପରି ମନେହେଉଛି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଏହି ପ୍ରଦର୍ଶନ କରାଯାଉଛି ।
ଲଦାଖରେ ନେପାଳ ସ୍ଥିତି ; ଛାତ୍ର – ପୁଲିସ ମୁହାଁମୁହିଁ
ଲଦାଖରେ ନେପାଳ ଭଳି ପରିସ୍ଥିତି । ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ର । ପୂର୍ଣ୍ଣ ରାଜ୍ୟ ଦାବିରେ ଜୋରଦାର ପ୍ରତିବାଦ । ଆନ୍ଦୋଳନରତ ଛାତ୍ର ଓ ପୁଲିସ ମୁହାଁମୁହିଁ । ଘର ସହ ଜାଳିଦେଲେ ଯବାନଙ୍କ ଗାଡ଼ି ।
/kanak/media/media_files/2025/09/24/54-2025-09-24-14-31-12.jpg)