କନକ ବ୍ୟୁରୋ : ମୋମୋରେ ନିଶା ଦେଇ ପତ୍ନୀଙ୍କୁ ଦୁଷ୍କର୍ମ । ନିଜ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ସୈତାନ ସ୍ବାମୀ । ମଧ୍ୟପ୍ରଦେଶର ଛତାରପୁରରେ ସମାଜକୁ ଆଶ୍ଚର୍ୟ୍ୟ କଲାଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ମୋମୋରେ ନିଶା ଦ୍ରବ୍ୟ ଦେଇ ବନ୍ଧୁଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ତାଙ୍କୁ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଫୋପାଡ଼ି ଦେଇଥିବା ପୁଲିସ ସୂଚନା ଦେଇଛି । ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି, ଏବଂ ମହିଳା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି । ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମୋମୋରେ ନିଶା ଦେଇ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ସୈତାନ ସ୍ୱାମୀ
ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ମୋମୋରେ ନିଶା ଦ୍ରବ୍ୟ ଦେଇ ବନ୍ଧୁଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ତାଙ୍କୁ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଫୋପାଡ଼ି ଦେଇଥିବା ପୁଲିସ ସୂଚନା ଦେଇଛି ।
/kanak/media/media_files/2025/09/14/21-2025-09-14-11-45-54.jpg)