କନକ ବ୍ୟୁରୋ : ଜୟପୁର ବାମୁଣୀପୁଟରେ ହୃଦୟବିଦାରକ ଘଟଣା । ପାରିବାରିକ କଳହକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା । ପ୍ରଥମେ ସ୍ୱାମୀ ବେକରେ ଗାମୁଛା ଲାଗଇ ଆତ୍ମହତ୍ୟା ପରେ ପତ୍ନୀ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଛନ୍ତି ।
ଜୟପୁର କୁମୁଲି କାମତା ଗ୍ରାମର ସୁମିତ୍ରା ବର୍ଷକ ତଳେ ବାମୁଣିପୁଟର ସୁମନଙ୍କୁ ପ୍ରେମ ବିବାହ କରିଥିଲେ । ସୁମିତ୍ରାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି । ଉଭୟଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/519UZ6W6Yca0fCOhg60A.jpg)