କନକ ବ୍ୟୁରୋ : ଶୁଭମିତ୍ରାଙ୍କ ହତ୍ୟାକାଣ୍ଡର ରହସ୍ୟ ଖୋଲୁଥିବା ବେଳେ ସାମନାକୁ ଆସିଛି ସଇତାନ ଦୀପକ ବିରୋଧରେ ସାଂଘାତିକ ଅଭିଯୋଗ । ଦୀପକ ତା’ର ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେଇ କୋଟିଏ ଟଙ୍କାର ବୀମା ରାଶି ହାତେଇଥିଲେ ବୋଲି ଚର୍ଚ୍ଚା ହେଉଛି । ଆଉ ଏବେ ଶୁଭମିତ୍ରାଙ୍କ ନାଁରେ ହୋଇଥିବା ବୀମା ଟଙ୍କାକୁ ନେଇ ହତ୍ୟା କରିଥିବା ସନ୍ଦେହ ବଢ଼ିଛି । 

ଚର୍ଚ୍ଚାରେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା । ଆଉ କେହି ନୁହେଁ ନିଜ ସ୍ବାମୀ ଦୀପକ ରାଉତ ହିଁ ହତ୍ୟାକାରୀ ବୋଲି ପ୍ରମାଣ ମିଳିବା ପରେ ସମସ୍ତଙ୍କ ହୋସ୍ ଉଡ଼ିଯାଇଛି । ଦୀପକର ପୂର୍ବ ଇତିହାସ ଯଦି ଜାଣିବେ ତାହାହେଲେ ଆପଣଙ୍କ ପାଦ ତଳୁ ବି ମାଟି ଖସିଯିବ । ସଇତାନ ଦୀପକ ଶୁଭମିତ୍ରାଙ୍କୁ ଗତବର୍ଷ ଦ୍ବିତୀୟ ଥର ପାଇଁ ବିବାହ କରିଥିଲା । ଦୀପକ ପୁଲିସ କମିସନରଙ୍କ ଅଫିସରେ କ୍ଲର୍କ ଭାବେ କାମ କରୁଥିଲା । ସେ ପୂର୍ବରୁ ବାହା ହୋଇଥିଲା । ଏକ ଦୁର୍ଘଟଣାରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି । ଦୀପକ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁରେ କୋଟିଏ ଟଙ୍କାର ବୀମା କରିଥିଲେ । ତେଣୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ମାମଲା ଏବେ ସନ୍ଦେହ ଘେରକୁ ଚାଲି ଆସିଛି । କମିସନରେଟ୍ ପୁଲିସ ଶୁଭମିତ୍ରା ହତ୍ୟା ଘଟଣା ସହିତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟଣାର ମଧ୍ୟ ତଦନ୍ତ କରୁଛି ।

୧୦ ଲକ୍ଷ ପାଇଁ ହୋଇଥିଲା ଗଣ୍ଡଗୋଳ
ଶୁଭମିତ୍ରା ହତ୍ୟା ପଛରେ ବୀମା ଟଙ୍କା?

Advertisment

ଶୁଭମିତ୍ରା ଓ ଦୀପକ କୋର୍ଟରେ ବାହା ହୋଇଥିଲେ । ୨୦୨୪ ଜୁଲାଇ ୭ ତାରିଖରେ କୋର୍ଟରେ ବାହା ହୋଇଥିଲେ ଦୀପକ- ଶୁଭମିତ୍ରା । ଉଭୟଙ୍କ ମ୍ୟାରେଜ ସାର୍ଟିଫିକେଟ ବି ପାଇଛି ପୁଲିସ । ତେବେ ଏ ବାବଦରେ ଶୁଭମିତ୍ରାଙ୍କ ବାପା-ମା’ ଜାଣିଥିଲେ ନା ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । କାରଣ ଝିଅ ନିଖୋଜ ହେବା ଦିନ ତାଙ୍କ ବାପା ବିବାହ ବାବଦରେ କହିନଥିଲେ । ତେବେ ୧୦ ଲକ୍ଷ ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ କହିଛି । ଶୁଭମିତ୍ରା ଦୀପକଙ୍କୁ ୧୦ ଲକ୍ଷ ଦେଇଥିଲେ ଓ ପଇସା ଫେରାଇବାକୁ ନେଇ ବଚସା ହୋଇଥିଲା ।କୁହାଯାଉଛି, ଶୁଭମିତ୍ରାଙ୍କ ନାଁରେ ୧ କୋଟିର ବୀମା ରହିଛି । ତେଣୁ ସେହି ଟଙ୍କା ହଡ଼ପ କରିବାକୁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ପ୍ରଥମରେ ବଞ୍ଚିଯାଇଥିଲା ସଇତାନ ଦୀପକ । ଏବେ ନିଜ ଜାଲରେ ନିଜେ ଫସିଯାଇଛି ।