ପରକୀୟା ପ୍ରୀତିକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ, ସ୍ତ୍ରୀକୁ ଉଲଗ୍ନ କରି ବୁଲାଇଲା ସ୍ବାମୀ

Advertisment

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଆସିଲା ଅଭାବନୀୟ ଦୃଶ୍ୟ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଆସିଲା ଅଭାବନୀୟ ଦୃଶ୍ୟ

ପୁଣି କଙ୍ଗାରୁକୋର୍ଟ ଅଭିଯୋଗ

ପୁଣି କଙ୍ଗାରୁକୋର୍ଟ ଅଭିଯୋଗ Photograph: (Kanaknews)

କନକ ବ୍ୟୁରୋ;  ପୁଣି କଙ୍ଗାରୁ କୋର୍ଟ ଅଭିଯୋଗ । ପରକୀୟା ପ୍ରୀତି ଧରାପଡ଼ିବାରୁ ଗାଁରେ ବସିଲା କାଙ୍ଗାରୁ କୋର୍ଟ । ସ୍ତ୍ରୀକୁ ଉଲଗ୍ନ କରି ଗାଁରେ ବୁଲାଇଲା ଓ ନିସ୍ତୁକ ମାଡ଼ ମାରିଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଆସିଛି ସଭ୍ୟ ସମାଜର ମୁଣ୍ଡ ନୂଆଁଇଲା ଭଳି ଦୃଶ୍ୟ । ସ୍ତ୍ରୀର ପରକୀୟା ପ୍ରୀତି ଧରାପଡ଼ିବାରୁ ସ୍ବାମୀ ଗାଁ ମଝିରେ ଉଲଗ୍ନ କରି ବୁଲାଇବା ସହ ନିସ୍ତୁକ ମାଡ଼ ମାରିଛି । ଦେଇଛି ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ।

ଏଭଳି ଅମାନବୀୟ କାର୍ଯ୍ୟର ଭିଡିଓ ଭାଇରାଲ୍ ହୋଇଛି । ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ କାମ କରନ୍ତି । ସ୍ତ୍ରୀର ଅନ୍ୟ ଏକ ଗାଁର ଜଣେ ଅବିବାହିତ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଯୁବକ ଜଣକ ଚାରିଦିନ ହେଲା ମହିଳାଙ୍କ ଘରକୁ ଆସି ରହୁଥିଲା । ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଉଭୟଙ୍କୁ ଧରି କଙ୍ଗାରୁ କୋର୍ଟ ବସାଇଥିଲେ । ସେଠାରେ ଉଭୟେ ପରକୀୟା ପ୍ରୀତି ସ୍ବୀକାର କରିଥିଲେ। ଖବର ପାଇଁ ବୁଧବାର ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରୁ ଘରକୁ ଫେରିଥିଲେ । ଏହାପରେ ସ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିବା ସହ ସ୍ତ୍ରୀକୁ  ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଥିଲେ । ଏହାର ଭିଡିଓ ଭାଇରାଲ୍ ହୋଇଛି । ହେଲେ କଙ୍ଗାରୁ କୋର୍ଟ ନେଇ ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁ ନାହାନ୍ତି । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ବାଲୁଙ୍କେଶ୍ବର ନାଏକ ସୂଚନା ଦେଇଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe