କନକ ବ୍ୟୁରୋ : ସ୍ୱାମୀ ପୋଷାକରେ ସ୍ତ୍ରୀ ପୁଲିସ । ଲୁଟିନେଲେ ୮ ଲକ୍ଷ, କମିସନରଙ୍କୁ ଭେଟିଲା ପରେ ମିଳିଲା ନ୍ୟାୟ । ବନ୍ଧା ହେଲେ ଚାଲବାଜ ମହିଳା । ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ । ବନ୍ଧୁତା ଆଳରେ ଠକେଇ କରୁଥିବା ଠକଙ୍କ ଠାରୁ ଦୂରେଇ ରୁହନ୍ତୁ। ପ୍ରଥମେ ନିଜର ଦାରିଦ୍ର୍ୟ ଓ ସ୍ୱାସ୍ଥ୍ୟଗତ ଅସୁବିଧା ଜଣାଇ ଟଙ୍କା ନେଉଛନ୍ତି ଓ ପରେ ଟଙ୍କା ମାଗିଲେ ଧମକ ଦେଉଛନ୍ତି । 

Advertisment

ଏଭଳି ଏକ ଘଟଣାରେ ସାଇବର ଥାନା ପୋଲିସ ସଂଯୁକ୍ତା ଭୂୟାଁକୁ ଗିରଫ କରିଛି । ଫେସବୁକରେ ବନ୍ଧୁତା ଯୋଗୁଁ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରର ବିଷ୍ଣୁ ପ୍ରସାଦ ମୁଦୁଲି ୮ ଲକ୍ଷ ୭୫ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ । ଯାହାକୁ ନେଇ ସାଇବର ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ନଶୁଣିବାରୁ ଗତ ଶୁକ୍ରବାର ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ଠକେଇରେ ଶିକାର ପରିବାର । ଠକ ମହିଳା ଜଣଙ୍କ ପ୍ରୋଫାଇଲରେ ପୋଲିସ ଆଇଆଇସିଙ୍କ ଫଟୋ ରଖି ଠକେଇ କରୁଥିବା ଜାଣିବାକୁ ପାଇଛି ପୋଲିସ । ସେ ଜଣେ କନେଷ୍ଟବଳଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି ।