ସ୍ବାମୀ ନା ସଇତାନ ? : ଦ୍ୱିତୀୟ ବିବାହ ପାଇଁ ଅମଙ୍ଗ ହେବାରୁ ସ୍ତ୍ରୀଙ୍କୁ ଚେଙ୍କ ଦେଲା ନିର୍ଦ୍ଦୟ ସ୍ୱାମୀ

Advertisment

ସ୍ତ୍ରୀକୁ ଚେଙ୍କ ଦେଇ ଗରମ ପାଣି ପକାଇଲା ସ୍ୱାମୀ  ।  ଯାଜପୁର ଜିଲ୍ଲା ଦଶରଥପୁର ଥାନା କେରୁଣା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।  ବିବାହର ୧୦ବର୍ଷ ଅତିକ୍ରାନ୍ତ ହେବା ସହିତ ଗୋଟିଏ ପୁଅ ଓ ତିନି ଝିଅ ଥାଇ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ସ୍ୱାମୀ । 

Updated On

ଅଦ୍ୟତନ ହୋଇଛି
SWAMI

Photograph: (KanakNews )

କନକବ୍ୟୁରୋ : ସ୍ତ୍ରୀକୁ ଚେଙ୍କ ଦେଇ ଗରମ ପାଣି ପକାଇଲା ସ୍ୱାମୀ  ।  ଯାଜପୁର ଜିଲ୍ଲା ଦଶରଥପୁର ଥାନା କେରୁଣା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।  ବିବାହର ୧୦ବର୍ଷ ଅତିକ୍ରାନ୍ତ ହେବା ସହିତ ଗୋଟିଏ ପୁଅ ଓ ତିନି ଝିଅ ଥାଇ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ସ୍ୱାମୀ ।   ସ୍ବାମୀର ପ୍ରସ୍ତାବରେ ଅରାଜି ହେବାରୁ ସ୍ବାମୀ ଓ ଶାଶୁ ଶ୍ୱଶୁର  ମିଶି ଚେଙ୍କ ଦେବା ଓ ଗରମ ପାଣି ପକାଇଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି ।   କିନ୍ତୁ ଅଭିଯୋଗର ୨ ଦିନ ପରେ ମଧ୍ୟ ପୋଲିସ ମାମଲା ରୁଜୁ କରିନାହିଁ  ।  ଏହାକୁ ନେଇ ପୀଡ଼ିତା ମହିଳାଙ୍କ ସମେତ ତାଙ୍କ ପିଲା ଓ ବାପା ମା’ ଥାନାରେ ବସିରହିଥିଲେ। ମହିଳାଙ୍କର ହାତ, ଛାତି, ପିଠି ଆଦି ସ୍ଥାନରେ ବଡ଼ ବଡ଼ ଫୋଟକା ହୋଇଛି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ  ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe