କନକବ୍ୟୁରୋ : ସ୍ତ୍ରୀକୁ ଚେଙ୍କ ଦେଇ ଗରମ ପାଣି ପକାଇଲା ସ୍ୱାମୀ । ଯାଜପୁର ଜିଲ୍ଲା ଦଶରଥପୁର ଥାନା କେରୁଣା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବିବାହର ୧୦ବର୍ଷ ଅତିକ୍ରାନ୍ତ ହେବା ସହିତ ଗୋଟିଏ ପୁଅ ଓ ତିନି ଝିଅ ଥାଇ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ସ୍ୱାମୀ । ସ୍ବାମୀର ପ୍ରସ୍ତାବରେ ଅରାଜି ହେବାରୁ ସ୍ବାମୀ ଓ ଶାଶୁ ଶ୍ୱଶୁର ମିଶି ଚେଙ୍କ ଦେବା ଓ ଗରମ ପାଣି ପକାଇଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଅଭିଯୋଗର ୨ ଦିନ ପରେ ମଧ୍ୟ ପୋଲିସ ମାମଲା ରୁଜୁ କରିନାହିଁ । ଏହାକୁ ନେଇ ପୀଡ଼ିତା ମହିଳାଙ୍କ ସମେତ ତାଙ୍କ ପିଲା ଓ ବାପା ମା’ ଥାନାରେ ବସିରହିଥିଲେ। ମହିଳାଙ୍କର ହାତ, ଛାତି, ପିଠି ଆଦି ସ୍ଥାନରେ ବଡ଼ ବଡ଼ ଫୋଟକା ହୋଇଛି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସ୍ବାମୀ ନା ସଇତାନ ? : ଦ୍ୱିତୀୟ ବିବାହ ପାଇଁ ଅମଙ୍ଗ ହେବାରୁ ସ୍ତ୍ରୀଙ୍କୁ ଚେଙ୍କ ଦେଲା ନିର୍ଦ୍ଦୟ ସ୍ୱାମୀ
ସ୍ତ୍ରୀକୁ ଚେଙ୍କ ଦେଇ ଗରମ ପାଣି ପକାଇଲା ସ୍ୱାମୀ । ଯାଜପୁର ଜିଲ୍ଲା ଦଶରଥପୁର ଥାନା କେରୁଣା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବିବାହର ୧୦ବର୍ଷ ଅତିକ୍ରାନ୍ତ ହେବା ସହିତ ଗୋଟିଏ ପୁଅ ଓ ତିନି ଝିଅ ଥାଇ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ସ୍ୱାମୀ ।
/kanak/media/media_files/2025/03/14/Cvdv6XIjPgwovFzaR6ms.jpg)