ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ଗଜବନ୍ଧ ସରପଞ୍ଚଙ୍କ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା : ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କେନ୍ଦୁପାଲି ନିକଟରେ ଘଟିଛି ଘଟଣା ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ହୋଇଛି ଅଭିଯୋଗ । ପୂର୍ବତନ ତଥା ବର୍ତମାନ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ  । 

SARAPANCHA

Photograph: (KANAKNEWS)

କନକବ୍ୟୁରୋ : ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କେନ୍ଦୁପାଲି ନିକଟରେ ଘଟିଛି ଘଟଣା ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ହୋଇଛି ଅଭିଯୋଗ । ପୂର୍ବତନ ତଥା ବର୍ତମାନ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ  ।  ବଲ୍ଲଭ କ୍ଷେତ୍ର ଗଜବନ୍ଧ ପଂଚାୟତର ପୂର୍ବତନ ସରପଞ୍ଚ ଥିଲେ । ଗତ କାଲି ରାତିରେ କେନ୍ଦୁପାଲି ରାସ୍ତାରେ ଯିବାବେଳେ  କିଛି ଅସାମାଜିକ ଲୋକେ  ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ  । ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର  ।  ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  ।  ପୂର୍ବଶତ୍ରୁତାରୁ କେହି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe